ଅନ୍ୟାନ୍ୟଶିକ୍ଷା

ଛାତ୍ରଛାତ୍ରୀଙ୍କ ପାଇଁ ‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’ ଆରମ୍ଭ

ଭୁବନେଶ୍ୱର ,ଆର୍ଥିକ ଅଭାବ ଯୋଗୁଁ କଲେଜ କିମ୍ବା ୟୁନିଭର୍ସିଟିରେ ଯଦି ନାମ ଲେଖାଇବା ପାଇଁ, ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼  ଖବର ରହିଛି । କେନ୍ଦ୍ର ସରକାରଙ୍କ ତରଫରୁ  ମେଧାବୀ ଛାତ୍ରଛାତ୍ରୀଙ୍କ ସହାୟତା ପାଇଁ ‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’ ଆରମ୍ଭ କରାଯାଇଛି । ଏହି ଯୋଜନା ଅଧୀନରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ, କୌଣସି ଗ୍ୟାରେଣ୍ଟର କିମ୍ବା ସମ୍ପତ୍ତି ବନ୍ଧକ ବିନା ଉଚ୍ଚଶିକ୍ଷା ପାଇଁ ଏଜୁକେସନ୍ ଲୋନ୍ ମିଳିପାରିବ ।ଜାତୀୟ ଶିକ୍ଷାନୀତିର ଉଦ୍ଦେଶ୍ୟକୁ ଆଧାର କରି କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସରକାର ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍ ଆରମ୍ଭ କରିଛନ୍ତି । ଏହି ପୋର୍ଟାଲ୍ ଜରିଆରେ, ସରକାରୀ, ବେସରକାରୀ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କଗୁଡ଼ିକରୁ ଭାରତ ତଥା ବିଦେଶରେ ଉଚ୍ଚଶିକ୍ଷା ପାଇଁ ଋଣ ସୁବିଧା ଯୋଗାଇ ଦିଆଯାଉଛି । ଛାତ୍ରଛାତ୍ରୀମାନେ ପ୍ରଥମେ ପୋର୍ଟାଲ୍‌ରେ ପଞ୍ଜୀକରଣ କରି ‘କମନ୍ ଏଜୁକେସନ୍ ଲୋନ୍ ଆପ୍ଲିକେସନ୍ ଫର୍ମ’ ପୂରଣ କରି ନିଜ ପସନ୍ଦର ବ୍ୟାଙ୍କରେ ଆବେଦନ କରିପାରିବେ । ଦେଶର ଚୟନିତ ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ, ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ବିନା କୌଣସି ଗ୍ୟାରେଣ୍ଟିରେ ଲୋନ୍ ମିଳିବ । ଏହି ଅନୁଷ୍ଠାନଗୁଡ଼ିକୁ, NIRF ର଼୍ୟାଙ୍କିଙ୍ଗ୍ ଆଧାରରେ ଚୟନ କରାଯାଇଛି ।ରକାରଙ୍କ ଆକଳନ ଅନୁଯାୟୀ, ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଦ୍ୱାରା ପ୍ରତିବର୍ଷ ଦେଶର ୨୨ ଲକ୍ଷରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ । ଏହି ଯୋଜନା ପୂର୍ବରୁ ଚାଲୁ ରହିଥିବା ସେଣ୍ଟ୍ରାଲ୍ ସେକ୍ଟର ଇଣ୍ଟରେଷ୍ଟ ସବସିଡି ସ୍କିମ୍ କୁ ଆହୁରି ଅଧିକ ସୁଦୃଢ଼ କରିବ ।

Related Articles

Back to top button