
ଭୁବନେଶ୍ୱର ,ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍’ ମାଧ୍ୟମରେ,ମୋଟ ୭,୬୬୪ଟି ପୋଲିସ ପଦବୀ ପୂରଣ କରାଯିବ। ଏହି ନିଯୁକ୍ତିରେ କନଷ୍ଟେବଲ, ସିଭିଲ୍ କନଷ୍ଟେବଲ,OISF କନଷ୍ଟେବଲ, ଏବଂ ସବ୍-ଇନ୍ସପେକ୍ଟର ସମେତ, ସମାନ ପଦବୀଗୁଡ଼ିକ ଅନ୍ତର୍ଭୁକ୍ତ।ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ପୋଲିସ ନିଯୁକ୍ତି ପ୍ରକ୍ରିୟା,ତ୍ୱରାନ୍ୱିତ ହେବ ଏବଂ ହଜାର ହଜାର ଆଶାୟୀ ପ୍ରାର୍ଥୀ ସୁଯୋଗ ପାଇବେ।ଯେଉଁ ପ୍ରାର୍ଥୀମାନେ ପୂର୍ବ ନିଯୁକ୍ତି ପ୍ରକ୍ରିୟାରେ ଆବେଦନ କରିଥିଲେ ଏବଂ ଯୋଗ୍ୟ ବିବେଚିତ ହୋଇଥିଲେ, ସେମାନଙ୍କୁ ନୂତନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ, ଅନୁମତି ମିଳିବ। ଗୃହ ବିଭାଗ ପକ୍ଷରୁ OPRBକୁ ସମସ୍ତ ଆବେଦନ ଏବଂ ରେକର୍ଡ OUSSSCକୁ ହସ୍ତାନ୍ତର କରିବାକୁ, ନିର୍ଦ୍ଦେଶ ଦିଆଯାଇଛି।ପୂର୍ବରୁ SI ନିଯୁକ୍ତି ପ୍ରକ୍ରିୟାରେ, ବିବାଦ ଦେଖାଦେଇଥିବାରୁ, ଏବଂ କିଛି କାରଣରୁ ନିଯୁକ୍ତି ସମ୍ପୂର୍ଣ୍ଣ ହୋଇପାରି ନଥିବାରୁ, ଏଥର SI ନିଯୁକ୍ତିର ଦାୟିତ୍ୱ ‘ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ’ ଠାରୁ OUSSSCକୁ ହସ୍ତାନ୍ତର କରାଯାଇଛି।




