ଅନ୍ତର୍ଜାତୀୟଐତିହ୍ୟ ଓ ସଂସ୍କୃତି

୪ଟାରୁ ରଥଟଣା ଆରମ୍ଭ ପାଇଁ ନୀତି ନିର୍ଘଣ୍ଟ ହୋଇଛି

ଭୁବନେଶ୍ୱର ,ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ଦୁର୍ଲଭ ଦର୍ଶନ ଲାଗି, ଭକ୍ତଙ୍କ ଅସମ୍ଭବ ଭିଡ଼।

ଆଜି ମାଉସୀ ମା’ ମନ୍ଦିରରେ ପୋଡ଼ ପିଠା ଖାଇବାର ମଧ୍ୟ ପରମ୍ପରା ରହିଛି।

ନିର୍ଦ୍ଧାରିତ ସମୟରେ ପହଣ୍ଡି, ନୀତିକାନ୍ତି ସୁରୁଖୁରୁରେ ସମ୍ପାଦନ କରି ଅପରାହ୍ଣ ୪ଟାରେ, ରଥଟଣା ପାଇଁ ନୀତିନିର୍ଘଣ୍ଟ ହୋଇଛି।

ଆଜିର ବାହୁଡ଼ାଯାତ୍ରା ପାଇଁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ସକାଳ ୭ଟାରୁ ୧୧ଟା ୩୦ରେ ମଧ୍ୟରେ  ସେନାପଟା ଲାଗି।

ମଧ୍ୟାହ୍ନ ୧୧ଟା ୪୫ରେ, ମଙ୍ଗଳାର୍ପଣ ନୀତି।ଆଜି ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାବିଗ୍ରହ।

ଶ୍ରୀଜଗନ୍ନାଥ ମହାପ୍ରଭୁ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ ବାହୁଡ଼ାଯାତ୍ରାରେ, ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବେ।

ଏଥିପାଇଁ ଚଳଚଞ୍ଚଳ ଓ ଉତ୍ସବମୁଖର ଶରଧାବାଲି।

Related Articles

Back to top button