
ଭୁବନେଶ୍ୱର ,ମୌସୁମୀ ପ୍ରଭାବରେ ୨୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ,ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।
ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାର ଜିଲ୍ଲାମାନରେ ପ୍ରବଳରୁ ,ଅତିପ୍ରବଳ ବର୍ଷା ହେଉଛି।
ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହିତ ଘଣ୍ଟା ପ୍ରତି, ୩୦ରୁ ୪୦ କିଲୋମିଟର ବେଗରେ, ପବନ ବହିପାରେ।
ଆଜି ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବାବେଳେ, ୪ ଜିଲ୍ଲାରେ ହେବ ବର୍ଷା।
ସେହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା।ପ୍ରବଳ ବର୍ଷାରେ ଭିଜୁଛି ଓଡ଼ିଶା। ଗୁଣ୍ଡିଚା ଭଳି ଆସନ୍ତାକାଲି ବାହୁଡ଼ାରେ ବି ଛେଚିବ ବର୍ଷା।




