
ଭୁବନେଶ୍ୱର ,ବିଶ୍ବକପ୍ ଇତିହାସରେ ୨୦୨୬ ଫୁଟ୍ବଲ ବିଶ୍ବକପ୍ର ୨୩ତମ ସଂସ୍କରଣ, ସବୁଠାରୁ ବଡ଼ ବିଶ୍ବକପ୍ ଥିଲା। ୨୦୨୨ରେ ଏଥିରେ ୩୨ଟି ଦଳ ଖେଳିଥିବା ବେଳେ ,ଏଥର ୪୮ଟି ଦଳ ଖେଳିଥିଲେ। ଏହାକୁ ଦୃଷ୍ଟିରେ ରଖି ପୁରସ୍କାର ରାଶିରେ ବହୁତ ବୃଦ୍ଧିକରିଛି ଫିଫା। ୧୦୬ ମିନିଟ ସ୍ପେନ୍ର ଫେରାନ୍ ଟରେସଙ୍କ ଗୋଲ୍ ଉଭୟ ଦଳଙ୍କ ମଧ୍ୟରେ ଫରକ ଥିଲା।
ଏହି ବିଶ୍ବକପ୍ରେ ମୋଟ ପୁରସ୍କାର ରାଶି ଥିଲା ,୮୭୧ ନିୟୁତ ଆମେରିକୀୟ ଡଲାର। ଫୁଟ୍ବଲ ବିଶ୍ବକପ୍ ଇତିହାସରେ ପୂର୍ବରୁ ଏତେ ଅର୍ଥର ପୁରସ୍କାର, ରାଶି ପ୍ରଦାନ କରା ଯାଇନଥିଲା। ଏଥିରୁ ଚମ୍ପିଆନ୍ ସ୍ପେନ୍ ୫୦ ନିୟୁତ ଆମେରିକୀୟ ଡଲାରରେ, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୪,୮୧୪ କୋଟି ଟଙ୍କା ପୁରସ୍କାର ପାଇଛି। ରନର୍ସଅପ୍ ଲିଓେନଲ ମେସିଙ୍କ ଆର୍ଜେଣ୍ଟିନା ୩୩ ନିୟୁତ ଡଲାର, ପୁରସ୍କାର ପାଇଛି। ରବିବାର ଫିଫା ବିଶ୍ବକପ୍-୨୦୨୬ ଫାଇନାଲରେ ୧-୦ ଗୋଲ୍ରେ, ଗତଥରର ଚମ୍ପିଆନ୍ ଆର୍ଜେଣ୍ଟିନାକୁ ପରାସ୍ତକରି, ସ୍ପେନ୍ ଚମ୍ପିଆନ୍ ହୋଇଛି। ଏଥର ଚମ୍ପିଆନ୍ ଦଳଙ୍କଠାରୁ ଆରମ୍ଭକରି, ପ୍ରତିଯୋଗୀ ଦଳଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ଅଧିକ ଅର୍ଥ ପୁରସ୍କାର ପ୍ରଦାନ କରିଛି, ଫିଫା।




