ଅନ୍ତର୍ଜାତୀୟଅନ୍ୟାନ୍ୟ

ବଢ଼ିବ କି ପେଟ୍ରୋଲ-ଡିଜେଲ ଦର !

ଭୁବନେଶ୍ୱର ,ମିଡିଲ ଇଷ୍ଟରେ ପୁଣିଥରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି, ସୃଷ୍ଟି ହୋଇଛି।ଗାଜା ଯୁଦ୍ଧ ସମୟରେ ହୁତି ବିଦ୍ରୋହୀମାନେ, ଲୋହିତ ସାଗର ଓ ଏଡେନ୍ ଉପସାଗରରେ ଅନେକ ଜାହାଜକୁ ଟାର୍ଗେଟ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ମାର୍ଗରେ ସାଉଦି ଆରବର ୟାନବୁ ବନ୍ଦର ଅବସ୍ଥିତ, ଯେଉଁଠାରୁ ବହୁ ପରିମାଣରେ କ୍ରୁଡ୍ ଅଏଲ୍ ରପ୍ତାନି କରାଯାଏ।ସେଥିପାଇଁ ଯଦି ଆଗାମୀ ଦିନରେ ଏହି ସମୁଦ୍ରପଥରେ ତଣାପୋଡ଼ ଆହୁରି ବଢ଼େ, ତେବେ କ୍ରୁଡ୍ ଅଏଲ୍ ଯୋଗାଣ, ପ୍ରଭାବିତ ହେବା ସହ ବିଶ୍ୱ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ପାଇପାରେ। ଲୋହିତ ସାଗର ମାର୍ଗରେ ବହୁ ପରିମାଣରେ ଅଶୋଧିତ ତୈଳ ସହ ଅନ୍ୟାନ୍ୟ ସାମଗ୍ରୀ ବିଶ୍ୱର ବିଭିନ୍ନ ଦେଶକୁ ,ପରିବହନ କରାଯାଏ।ୟେମେନର ହୁତି ବିଦ୍ରୋହୀମାନେ ସାଉଦି ଆରବ ବିରୋଧରେ ସାମୁଦ୍ରିକ ନାକାବନ୍ଦୀ ଘୋଷଣା କରିଛନ୍ତି।ଏହି ସାମୁଦ୍ରିକ ନାକାବନ୍ଦୀ ଯୋଗୁଁ ସମୁଦ୍ର ପଥରେ ହେଉଥିବା,ଅଶୋଧିତ ତୈଳ ଓ ଅନ୍ୟାନ୍ୟ ସାମଗ୍ରୀର ଯୋଗାଣ ,ପ୍ରଭାବିତ ହୋଇପାରେ। ଯଦି ଏହି ପରିସ୍ଥିତି ଜାରି ରହେ, ତେବେ ଖୁବ୍ ଶୀଘ୍ର ଏହାର ସବୁଠାରୁ ଅଧିକ ପ୍ରଭାବ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ଉପରେ, ପଡ଼ିପାରେ। ଫଳରେ ଆସନ୍ତା କିଛି ଦିନ ମଧ୍ୟରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ର ଦାମ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯଦି ମିଡିଲ ଇଷ୍ଟରେ ଉତ୍ତେଜନା ଆହୁରି ବଢ଼େ ଏବଂ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ ବୃଦ୍ଧି ପାଏ, ତେବେ ଏହାର ସିଧାସଳଖ ପ୍ରଭାବ ଭାରତରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଦର ଉପରେ ପଡ଼ିପାରେ। ଫଳରେ ଦେଶରେ ଇନ୍ଧନ ମୂଲ୍ୟ ବଢ଼ିବା ସହ ସାଧାରଣ ଲୋକଙ୍କ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇପାରେ।

Related Articles

Back to top button