RF.5 ଭାରିଏଣ୍ଟର ଲକ୍ଷଣ

ଭୁବନେଶ୍ୱର ,ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଏବଂ ମୁମ୍ବାଇରେ ସବୁଠାରୁ ଅଧିକ, କରୋନା ସଂକ୍ରମଣ ସାମ୍ନାକୁ ଆସୁଛି। ଆନ୍ଧ୍ରପ୍ରଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସର ୧୬ଟି ମାମଲା ଚିହ୍ନଟ ହୋଇସାରିଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି।ଆନ୍ଧ୍ରପ୍ରଦେଶର କଡପ୍ପା ଜିଲ୍ଲାରୁ ଚାରିଟି କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ପୁଣେର ଭାଇରୋଲୋଜି ଲାବୋରେଟୋରୀକୁ, ପଠାଯାଇଥିଲା। ଜିନୋମ ସିକ୍ୱେନ୍ସିଂ ପରୀକ୍ଷା ପରେ ସେଥିରେ ଓମିକ୍ରନ ଭାରିଏଣ୍ଟ RF.5 ସବ୍ ଲିନିଏଜ୍ ଥିବା ସ୍ପଷ୍ଟ ହୋଇଛି। ଏନେଇ ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟ କୁମାର ଯାଦବ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ, ସୂଚନା ଦେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏହି ନୂଆ ଭାରିଏଣ୍ଟ ଉପରେ ତୀକ୍ଷ୍ଣ ନଜର ରଖିଛି। ଏହି ଭାରିଏଣ୍ଟ ପୂର୍ବରୁ ସିଙ୍ଗାପୁର ଏବଂ ଦକ୍ଷିଣ-ପୂର୍ବ ଏସିଆର କିଛି ଦେଶରେ, ଦେଖିବାକୁ ମିଳିଛି। RF.5 ଓମିକ୍ରନର ପୂର୍ବ ଭାରିଏଣ୍ଟ ଭଳି ହିଁ କାମ କରୁଛି, ତେଣୁ ଲୋକମାନେ ବ୍ୟସ୍ତ ନହୋଇ ସତର୍କତା ଅବଲମ୍ବନ କରିବା ଉଚିତ।RF.5 ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହେଲେ ରୋଗୀଙ୍କଠାରେ, ବିନ୍ଧାବିନ୍ଧି ସହ ଗଳା ବସିଯିବା ବା ଗଳା ଖରାପ ହେବା, କାଶ, ଜ୍ୱର, ଶରୀରରେ ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଯାଉଛି।ଡାଇରେକ୍ଟର ଅଫ୍ ମେଡିକାଲ ,ଏଜୁକେସନ ବିଷ୍ଣୁବର୍ଦ୍ଧନଙ୍କ ଅନୁଯାୟୀ, ସାର୍ସ-କୋଭ୍ ୨ର ରୁଟିନ୍ ଜିନୋମିକ୍ ସର୍ଭେଲାନ୍ସ ଅଧୀନରେ RF.5 ଭାରିଏଣ୍ଟ ଉପରେ ନଜର, ରଖାଯାଇଛି। ଏହାର ଲକ୍ଷଣ ଅନ୍ୟ ଓମିକ୍ରନ ଭାରିଏଣ୍ଟ ଭଳି ପ୍ରାୟ ସମାନ ରହିଛି।




