ବିଶ୍ବର ସର୍ବବୃହତ ଦହି ଉତ୍ପାଦନ କାରଖାନାର ଶିଳାନ୍ୟାସ

ଭୁବନେଶ୍ୱର , କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ରବିବାର କଲକାତାର, ନ୍ୟୁ ଟାଉନ କନଭେନସନ ସେଣ୍ଟରରେ ଅମୂଲ ବେଙ୍ଗଲ ଡେରୀ ପ୍ରକଳ୍ପ ଅଧୀନରେ ବିଶ୍ବର ସର୍ବବୃହତ ଦହି ଉତ୍ପାଦନ କାରଖାନାର ଭୂମି ପୂଜନ କରିଛନ୍ତି। ଆୟୋଜିତ ସମାରୋହରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ,, ପଶ୍ଚିମବଙ୍ଗ ସମବାୟ ମନ୍ତ୍ରୀ ସ୍ବପନ ଦାସଗୁପ୍ତା, ରାଜ୍ୟ ଅର୍ଥମନ୍ତ୍ରୀ ତାପସ ରାୟ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଡ. କଲ୍ୟାଣ ଚକ୍ରବର୍ତ୍ତୀ, ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନ କୃଷି ମନ୍ତ୍ରୀ ଶରଦ୍ଦ୍ୱତ ମୁଖାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟ ସଚିବ ମନୋଜ କୁମାର ଅଗ୍ରୱାଲ, ଅମୂଲ ଡେରୀ ଅଧ୍ୟକ୍ଷ ଅଶୋକ ଚୌଧୁରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସମବାୟ କ୍ଷେତ୍ରର ପ୍ରତିନିଧି ଉପସ୍ଥିତ ଥିଲେ।ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ବଙ୍ଗବାସୀଙ୍କୁ ମିଠା ଦହି ଖୁଆଇବାକୁ ଆସିଛନ୍ତି। ପଶ୍ଚିମବଙ୍ଗବାସୀ ଆଣିଥିବା ପରିବର୍ତ୍ତନ ସ୍ବାଧୀନତା ପରଠାରୁ ରାଜ୍ୟରେ ହୋଇଥିବା ସମସ୍ତ ବିଧାନସଭା ନିର୍ବାଚନଠାରୁ, ଭିନ୍ନ ଏବଂ ଐତିହାସିକ। ବଙ୍ଗ ସ୍ବାଧୀନତା ସଂଗ୍ରାମରେ, ଅନେକ ମହାନ ସଂଗ୍ରାମୀ ମଧ୍ୟ ସୃଷ୍ଟି କରିଛି। ଦେଶପ୍ରେମ ଏବଂ ସମର୍ପଣର କଥା ଆସିଲେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଖୁଦିରାମ ବୋଷଙ୍କ ଭଳି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ମାଧ୍ୟମରେ, ବଳିଦାନ ଦେବାକୁ ବଙ୍ଗ କେବେ ପଛଘୁଞ୍ଚା ଦେଇନାହିଁ ବୋଲି କହିଛନ୍ତି। ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଯେ ଆଜି ପଶ୍ଚିମବଙ୍ଗର ଚାଷୀ ଏବଂ ଗୋପାଳକଙ୍କ ପାଇଁ, ଏକ ଗୁରୁତ୍ବପୂର୍ଣ୍ଣ ଦିନ।



