
ଭୁବନେଶ୍ୱର,ଗତ ସପ୍ତାହରେ ଗ୍ରେଟର ଚେନ୍ନାଇ କର୍ପୋରେସନ ପକ୍ଷରୁ, ଜୋନ୍–୬ ଓ ଜୋନ୍–୯ରେ ଆକସ୍ମିକ ଚଢ଼ାଉ କରାଯାଇଥିଲା। ଯାଞ୍ଚ ବେଳେ କେତେକ ଅଧିକାରୀଙ୍କ ପାଖରୁ, ବେହିସାବ ନଗଦ ଟଙ୍କା ସହ ସନ୍ଦେହଜନକ ଡିଜିଟାଲ କାରବାର ତଥ୍ୟ ମିଳିଥିଲା। ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟଙ୍କ, ଦୁର୍ନୀତି ବିରୋଧୀ ଅଭିଯାନ, ଆହୁରି ଜୋରଦାର ହୋଇଛି।ଦୁର୍ନୀତି ବିରୋଧରେ ‘ଜିରୋ ଟଲରାନ୍ସ’ ନୀତିକୁ ଆଧାର କରି ବିଜୟ ସରକାର ଆହୁରି କଡ଼ା ପଦକ୍ଷେପ ନେବାର ସଙ୍କେତ ଦେଇଛନ୍ତି।ଦୁର୍ନୀତି ବିରୋଧରେ ‘ଜିରୋ ଟଲେରାନ୍ସ’ ନୀତିକୁ ଆଧାର କରି ଚେନ୍ନାଇ କର୍ପୋରେସନ, ୭ ଜଣ ଅଧିକାରୀଙ୍କୁ,ନିଲମ୍ବିତ କରିବା ସହ ସେମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ତାମିଲନାଡୁ ଭିଜିଲାନ୍ସ ଓ ଆଣ୍ଟି-କରପ୍ସନ୍ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ରିପୋର୍ଟ ଆଧାରରେ ୭ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କ ବିରୋଧରେ, ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ମଧ୍ୟ ରୁଜୁ ହୋଇଛି। ଏହାର କିଛି ଦିନ ପୂର୍ବରୁ ମଧ୍ୟ ଲାଞ୍ଚ କାରବାର, ଜାଲି ବିଲିଂ ଓ ଚାକିରି ଦେବା ନାଁରେ ଟଙ୍କା ଆଦାୟ ଅଭିଯୋଗରେ GCCର ଅନ୍ୟ ୬ ଜଣ ଅଧିକାରୀଙ୍କୁ, ନିଲମ୍ବିତ କରାଯାଇଥିଲା।ତଦନ୍ତରେ ଯଦି ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ କେବଳ ନିଲମ୍ବନ ନୁହେଁ, ଚାକିରିରୁ ସ୍ଥାୟୀ ବହିଷ୍କାର କରିବାକୁ ମଧ୍ୟ GCC ବିଚାର କରୁଛି।




