ଅନ୍ୟାନ୍ୟମନୋରଞ୍ଜନ

ଅଗଷ୍ଟ ୧୦ରୁ KBC-୧୮

ଭୁବନେଶ୍ୱର ,ପ୍ରତିଥର ପରି ଏଥର ମଧ୍ୟ ଶୋ’ର ହୋଷ୍ଟ ଭାବେ ନଜର ଆସିବେ, ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ, ହେଲେ ଏଥର ସିଜନ୍ ପୂର୍ବ ସିଜନ୍ ଠାରୁ ,ସମ୍ପୂର୍ଣ୍ଣ ଭିନ୍ନ ହେବ।ଭାରତର ଲୋକପ୍ରିୟ କୁଇଜ୍ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ଏହାର ୧୮ତମ ସିଜନ୍ ସହ ପୁଣିଥରେ ଦର୍ଶକଙ୍କ ସମ୍ମୁଖକୁ ଆସୁଛି।  ନୂଆ ସିଜନର ପ୍ରଚାର ପାଇଁ ,ନିର୍ମାତାମାନେ ଅମିତାଭ ବଚ୍ଚନଙ୍କୁ ନେଇ ତିନୋଟି ପ୍ରୋମୋ ଜାରି କରିଛନ୍ତି।ଆସନ୍ତା ଅଗଷ୍ଟ ୧୦ ତାରିଖରୁ, ରାତି ୯ଟାରେ ‘କୌନ ବନେଗା କରୋଡପତି ୧୮’ ପ୍ରିମିୟର ହେବ। ଶୋ’ଟି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ, ପ୍ରସାରିତ ହେବ। ଏହି ପ୍ରୋମୋଗୁଡ଼ିକରେ ଜ୍ଞାନ, ଟେକ୍ନୋଲୋଜି ଓ ବଦଳୁଥିବା ସମୟ ସହ ଲୋକଙ୍କ ସମ୍ପର୍କକୁ ଦର୍ଶାଯାଇଛି। ବିଗ୍ ବି କହୁଛନ୍ତି ଯେ ଭୂଗୋଳ, ଇତିହାସ କିମ୍ବା ବିଜ୍ଞାନର ତଥ୍ୟ ମନେ ରଖିଲେ ଏଥର ସଫଳତା ମିଳିବ ନାହିଁ। ଖେଳର ଧାରା ବଦଳିଛି ଏବଂ ପ୍ରତିଯୋଗୀଙ୍କୁ ପ୍ରତ୍ୟେକ ପ୍ରଶ୍ନରେ ଭଲ ଭାବେ ଚିନ୍ତା କରି ଉତ୍ତର ଦେବାକୁ ପଡ଼ିବ।

Related Articles

Back to top button