
ଭୁବନେଶ୍ୱର ,ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ,ହୋଇପଡିଲାଣି।
କେଉଁଠି ଡ୍ରେନ ପାଣି ଘରେ ପଶିଲାଣି ତ କେଉଁଠି ପାଣି ଜମି ଯାତାୟତ, ବାଧାପ୍ରାପ୍ତ ହେଉଛି।
ଆଜି ବିଜୁଳି ଘଡଘଡି ନେଇ ୬ ଜିଲ୍ଲାକୁ, ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ବଲାଙ୍ଗୀର, ବରଗଡକୁ ସତର୍କ ସୂଚନା ଜାରି କରିଛି, ଆଞ୍ଚଳିକ ପାଣିପାଗ ବିଭାଗ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଦୁର୍ବଳ ହୋଇଯିବ ।
ତେବେ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ୧୯ ଜୁଲାଇଠାରୁ ବର୍ଷାର ପରିମାଣ କମିବ ବୋଲି, ପୂର୍ବାନୁମାନ କରାଯାଇଛି ।




