ଅନ୍ତର୍ଜାତୀୟସ୍ୱାସ୍ଥ୍ୟ
ମେକ୍ସିକୋରେ ବଡ଼ ଧରଣର ଭୂକମ୍ପ।

ଭୁବନେଶ୍ୱର , ମେକ୍ସିକୋ ସହର ସମେତ ଗୁଆଟେମାଲା ଏବଂ ଏଲ ସାଲଭାଡୋରରେ ମଧ୍ୟ, ରେକ୍ଟର ସ୍କେଲରେ ୫ ରୁ ୬ ତୀବ୍ରତାର ଭୂକମ୍ପ ପରବର୍ତ୍ତୀ ଝଟକା ଅନୁଭୂତ ହୋଇଛି। ଦକ୍ଷିଣ ମେକ୍ସିକୋରେ. ୭.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭବରେ, ବଡ଼ ବଡ଼ କୋଠା, ଘର ଏବ ଗାଡ଼ି ମୋଟର ଥରିବାକୁ ଲାଗିଥିଲା। ଏହାପରେ ଦେଶରେ ସୁନାମୀ ସତର୍କତା. ଜାରି କରାଯାଇଛି।ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ, ଯେ ଭୂମିକମ୍ପର କେନ୍ଦ୍ରସ୍ଥଳରୁ, ୩୦୦ କିଲୋମିଟର ମଧ୍ୟରେ ଅବସ୍ଥିତ ଉପକୂଳରେ ବିପଦପୂର୍ଣ୍ଣ ସୁନାମି ଆସିବାର, ସମ୍ଭାବନା ଅଛି। ଲୋକଙ୍କୁ ବର୍ତ୍ତମାନ ପାଇଁ ବେଳାଭୂମିରୁ ଦୂରେଇ ରହିବାକୁ, ପରାମର୍ଶ ଦିଆଯାଇଛି।ଭୂକମ୍ପର କେନ୍ଦ୍ରସ୍ଥଳ ମେକ୍ସିକୋର ଚିଆପାସର ଉପକୂଳ ନିକଟରେ ରହିଥିଲା। ଏଥିରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ,ତାହା ମେକ୍ସିକୋ କର୍ତ୍ତୃପକ୍ଷ ତୁରନ୍ତ ସ୍ପଷ୍ଟ କରି ପାରି ନାହାନ୍ତି।




