ଐତିହ୍ୟ ଓ ସଂସ୍କୃତିଓଡ଼ିଶା
କିଛି ସମୟରେ ଆରମ୍ଭ ହେବ ଶ୍ରୀଜୀଉଙ୍କ ପହଣ୍ଡି ବିଜେ।

ଭୁବନେଶ୍ୱର ,ପହଣ୍ଡି ଦେଖିବାକୁ ଶରଧାବାଲି ଲକ୍ଷାଧିକ ଭକ୍ତଙ୍କ, ଗହଳି ଦେଖାଯାଇଛି।କିଛି ସମୟରେ ଆରମ୍ଭ ହେବ ଶ୍ରୀଜୀଉଙ୍କ ପହଣ୍ଡି ବିଜେ।
ଏଥିପାଇଁ ଶରଧାବାଲିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହିଛନ୍ତି ପ୍ରଭୁଙ୍କ ଦର୍ଶନ ପାଇଁ।
ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ, ମହାପ୍ରଭୁ।ଜନ୍ମବେଦୀରେ ଲୀଳା ରଚିବେ, କାଳିଆ ସାଆନ୍ତ। ଶରଧାବାଲିରେ, ରଥାରୂଢ ତିନି ଠାକୁରଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିଛି।
ଶରଧାବାଲିରେ ୱାନ ୱେ ଦର୍ଶନ ବ୍ୟବସ୍ଥା କରାଯାଇଛି। ସମ୍ମୁଖରୁ ଦର୍ଶନ କରି ଶରଧାବାଲି ବାଟେ ବାହାରିବେ ଶ୍ରଦ୍ଧାଳୁ।
ପ୍ରଥମେ ପ୍ରଭୁ ଚକ୍ରରାଜ ସୁଦର୍ଶନ, ଏହାପରେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ।




