ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ଫିଫା ବିଶ୍ୱକପ୍ର ସେମି ଫାଇନାଲରେ

ଭୁବନେଶ୍ୱର ,କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ନରୱେକୁ ୨-୧ ଗୋଲରେ ପରାସ୍ତ କରି ସେମି ଫାଇନାଲ ଟିକେଟ ହାସଲ କରିଛି, ଅନ୍ୟପଟେ ଆର୍ଜେଣ୍ଟିନା ସ୍ୱିଜରଲାଣ୍ଡକୁ ୩-୧ ଗୋଲରେ, ପରାସ୍ତ କରି, ଶେଷ ଚାରିରେ ସ୍ଥାନ ପକ୍କା କରିଛି। ନରୱେ ବିପକ୍ଷ ମ୍ୟାଚରେ ପ୍ରଥମେ, ଆକ୍ରମଣାତ୍ମକ ଆରମ୍ଭ କରିଥିଲା। ମ୍ୟାଚର ୩୬ତମ ମିନିଟରେ ମାର୍ଟିନ ଓଡେଗାର୍ଡଙ୍କ ସହାୟତାରେ, ଆଣ୍ଡ୍ରିଆସ ସ୍କେଲଡେରପ ପ୍ରଥମ ଗୋଲ୍ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ପ୍ରଥମାର୍ଦ୍ଧ ଶେଷ ହେବା ପୂର୍ବରୁ, ଜୁଡ୍ ବେଲିଂହାମ୍ ଗୋଲ୍ ଦେଇ, ସ୍ଥିତି ୧-୧ କରିଥିଲେ।କ୍ୱାର୍ଟର ଫାଇନାଲରେ ଚମତ୍କାର ବିଜୟ ହାସଲ କରି ଡିଫେଣ୍ଡିଂ ଚାମ୍ପିଅନ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ଚଳିତ ଫିଫା ବିଶ୍ୱକପ୍ର, ସେମି ଫାଇନାଲରେ, ପ୍ରବେଶ କରିଛନ୍ତି। ଆସନ୍ତା ମଙ୍ଗଳବାର ମଧ୍ୟରାତ୍ରିରେ ଫ୍ରାନ୍ସ ଓ ସ୍ପେନ ମଧ୍ୟରେ, ପ୍ରଥମ ସେମି ଫାଇନାଲ ଖେଳାଯିବାକୁ ଥିବାବେଳେ, ବୁଧବାର ମଧ୍ୟରାତ୍ରିରେ ହେବାକୁ ଥିବା ଦ୍ୱିତୀୟ ସେମି ଫାଇନାଲରେ, ଆର୍ଜେଣ୍ଟିନା ଓ ଇଂଲଣ୍ଡ ମୁହାଁମୁହିଁ ହେବେ। ଏହି ହାଇ-ଭୋଲଟେଜ୍ ମୁକାବିଲାରେ ଲିଓନେଲ ମେସିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି।




