ଅନ୍ତର୍ଜାତୀୟବାଣିଜ୍ୟ
ବଢିଲା ଅଶୋଧିତ ତୈଳ ଦର

ଭୁବନେଶ୍ୱର,ହର୍ମୁଜ୍ ଦେଇ ଆସୁଥିବା ତୈଳବାହୀ ଜାହାଜଗୁଡିକୁ, ଟାର୍ଗେଟ କରାଯାଉଛି।
ଏଥିଯୋଗୁଁ ଅଶୋଧିତ ତୈଳ ଦର ଉପରମୁହାଁ ହୋଇଛି।
ଏଣୁ ଆଗାମୀ ଦିନରେ ତୈଳ ଆମଦାନୀ ଉପରେ ନିର୍ଭର କରୁଥିବା, ଦେଶଗୁଡିକରେ ଏହାର ପ୍ରଭାବ ପଡିବ ବୋଲି, କୁହାଯାଉଛି।
ବ୍ରେଣ୍ଟ କ୍ରୁଡ୍ ଅଏଲ ପ୍ରତି ବ୍ୟାରେଲ ୪.୨୮ ପ୍ରତିଶତ ବୃଦ୍ଧି ପାଇ ୭୯ ଦଶମିକ ୨୬ ଡଲାରରେ, ପହଞ୍ଚିଛି।
ମିଡିଲ୍ ଇଷ୍ଟରେ ପୁଣି ଉତ୍ତେଜନା ଦେଖାଦେବା ଫଳରେ ଏହାର ପ୍ରଭାବ, ସିଧା ଅଶୋଧିତ ତୈଳ ବ୍ୟବସାୟ ଉପରେ, ପଡ଼ିଛି।
ତୈଳ ପରିବହନ ପାଇଁ ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା ହର୍ମୁଜ୍ ପ୍ରଣାଳୀକୁ ନେଇ, ଦୁଇ ଦେଶ ମଧ୍ୟରେ ପୁଣି ଥରେ ସଂଘର୍ଷ ଆରମ୍ଭ ହୋଇଛି।
ଏଥିଯୋଗୁଁ ଅଶୋଧିତ ତୈଳ ଦର ଆଜି, ୪ ପ୍ରତିଶତ ବୃଦ୍ଧି ପାଇଛି।




