ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଆଜି ଅଣସର ତ୍ରୟୋଦଶୀ ଦିନ।

ଭୁବନେଶ୍ୱର ,ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ।
ମଙ୍ଗଳ ଆଳତି, ଅବକାଶ ନୀତି ପରେ, ନବଯୌବନ ଦର୍ଶନ ହେବ।
ବଡ଼ସିଂହାର ଧୂପ ପରେ ପଣା ଓ ଚକଟା ଭୋଗ ସରିବା ପରେ, ଦତ୍ତ ମହାପାତ୍ର ଭୂମି ମାପକରି ବନକ ଲାଗି କରାଯିବ। ୧୫ ଦିନ ଅଣସର ପରେ, ସୁସ୍ଥ ହୋଇଛନ୍ତି ଶ୍ରୀ ଜିଉ।
ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବେ, ଶ୍ରଦ୍ଧାଳୁ। ଆଜି ଅଣସର, ତ୍ରୟୋଦଶୀ ଦିନ।
ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ସେବାରେ ଘଣାଲାଗି ଓ ଶ୍ରୀପୟର ମୁଦା ଉପଲକ୍ଷେ ପାଟଡ଼ୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହୋଇଥାଏ।
ଘଣ୍ଟ, ଛତା, କାହାଳୀ ସହ, ଖଳି ପ୍ରସାଦ ଅଣସର ସୁଦ୍ଧସୁଆର ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥାଏ।




