ଓଡ଼ିଶା

ଗୁରବୀର ସିଂଙ୍କ ଅବସର, ଶୁଭେଚ୍ଛା ଜଣାଇଥିଲେ କର୍ମକର୍ତ୍ତା

ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁରବୀର ସିଂ ସେପ୍ଟେମ୍ବର ୩୦ ତାରିଖରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି  l  ଏହି ଅବସରରେ ବିଭାଗର ବିଭିନ୍ନ ବରିଷ୍ଠ ଅଧିକାରୀ  ଏବଂ କର୍ମଚାରୀବୃନ୍ଦ ଶ୍ରୀଯୁକ୍ତ ସିଂ ଙ୍କୁ ସାକ୍ଷାତ କରି ତାଙ୍କର ଅବସରକାଳୀନ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ  l ସେହିପରି ଓଡ଼ିଶା ସୂଚନା ସେବା ସଂଘର କର୍ମକର୍ତ୍ତା ତଥା ଅଧିକାରୀମାନେ ମଧ୍ୟ ଅବସର ଗ୍ରହଣ କରିଥିବା ନିର୍ଦ୍ଦେଶକ (ବୈଷୟିକ ) ଶ୍ରୀଯୁକ୍ତ ସିଂ ଙ୍କୁ  ସୌଜନ୍ୟମୂଳକ ସାକ୍ଷାତ କରି ଅବସରକାଳୀନ ଜୀବନର ଶୁଭେଚ୍ଛା ଜଣାଇଥିଲେ ।
 ଶ୍ରୀଯୁକ୍ତ ସିଂ ଚାକିରୀ ଜୀବନ ଆରମ୍ଭ ଠାରୁ ଅବସର ଗ୍ରହଣ ପର୍ଯ୍ୟନ୍ତ ତାଙ୍କର ଅନୁଭୂତି ଓ ଅଭିଜ୍ଞତା ପ୍ରକାଶ କରି କାର୍ଯ୍ୟରତ ସୂଚନା ସେବା ଅଧିକାରୀମାନଙ୍କୁ  ବିଭିନ୍ନ ପରାମର୍ଶ  ଦେଇଥିଲେ । ରାଜ୍ୟ ସଦର ମହକୁମା,  ବିଭିନ୍ନ ଜିଲ୍ଲା ଏବଂ ବିଭାଗରେ  କାର୍ଯ୍ୟରତ  ଲୋକସଂପର୍କ ଅଧିକାରୀମାନଙ୍କୁ ଏକାଗ୍ରତା, ଦୃଢ ମନା ଏବଂ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ ପାଇଁ ସେ  ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ  l ଅଧିକାରୀମାନଙ୍କୁ ଭଲ କାମ କରି ନିଜ ନିଜର ସ୍ୱତନ୍ତ୍ର ପରିଚୟ ମାଧ୍ୟମରେ  ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ  l ତାଙ୍କର କାର୍ଯ୍ୟକାଳ ସମୟରେ ସେ ବିଭିନ୍ନ ଉଲ୍ଲେଖନୀୟ ଓ ଆହ୍ୱାନମୂଳକ କାର୍ଯ୍ୟ  ସମ୍ପର୍କରେ  ଆଲୋକପାତ କରିଥିଲେ l  ଶ୍ରୀଯୁକ୍ତ ସିଂ ଓଡ଼ିଶା ସୂଚନା ସେବାର ଜଣେ ଦକ୍ଷ, ଅଭିଜ୍ଞ ଓ ପାରଦର୍ଶୀ ଅଧିକାରୀ ଭାବେ ବିଭିନ୍ନ ମହଲରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ l
  ପ୍ରକାଶ ଥାଉକି,  ଶ୍ରୀଯୁକ୍ତ ସିଂ ୧୯୯୪ ମସିହାରୁ ସୂଚନା ଓ ଲୋକ ସଂପର୍କ  ବିଭାଗରେ ନିଯୁକ୍ତି ପରେ , ପ୍ରଥମେ ଜୟପୁର (କୋରାପୁଟ ) ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ପରେ ପରେ ଅନ୍ୟ ବିଭିନ୍ନ ଉପଖଣ୍ଡରେ ଲୋକ ସଂପର୍କ ଅଧିକାରୀ ସହ  ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ପୁରୀ ଆଦି ଜିଲ୍ଲାରେ ଲୋକ ସମ୍ପର୍କ ଅଧିକାରୀ, ଦକ୍ଷିଣାଂଚଳ ଡିଭିଜନ ଉପନିର୍ଦ୍ଦେଶକ(ଲୋକ ସଂପର୍କ) ଭାବେ କାର୍ଯ୍ୟ କରିବା  ସହିତ  ପଦନ୍ନୋତି ପରେ ଶେଷରେ ନିର୍ଦ୍ଦେଶକ ( ବୈଷୟିକ ) ଭାବେ ବିଭାଗୀୟ ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଥିଲେ  l

Related Articles

Back to top button