
ଭୁବନେଶ୍ୱର ,ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ସମ୍ଭାବନା, ରହିଛି। ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ବୋଲି, ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।ହୀରାକୁଦ ଜଳଭଣ୍ଡାରରୁ, ଛଡ଼ା ଯାଇଥିବା ଚଳିତ ବର୍ଷର, ପ୍ରଥମ ବନ୍ୟାଜଳ ମୁଣ୍ଡଳି ଅତିକ୍ରମ କରିଛି। ମହାନଦୀର ମୁଣ୍ଡଳିରେ ଜଳସ୍ତର ଶୀର୍ଷ ଛୁଇଁଥିବା ବେଳେ, ବରମୂଳ ଏବଂ ଖଇରମାଳରେ ଜଳସ୍ତର ହ୍ରାସ ପାଇଛି। ଜଳସମ୍ପଦ ବିଭାଗର ତଥ୍ୟାନୁଯାୟୀ, ସନ୍ଧ୍ୟା ୬ଟାରେ ମୁଣ୍ଡଳିରେ ପ୍ରତି ସେକେଣ୍ଡରେ ୨ଲକ୍ଷ ୩୨ହଜାର ୩୮୪କ୍ୟୁସେକ୍ ଜଳ, ପ୍ରବାହ କରୁଛି। ମଧ୍ୟାହ୍ନ ୧୨ଟାରୁ ଏହି ପରିମାଣ ଜଳସ୍ତର ପ୍ରବାହ କରୁଥିବା, ଜଣାପଡ଼ିଛି।ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡ଼ା ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।ହୀରାକୁଦ ଜଳଭଣ୍ଡାରରୁ ମାତ୍ର ଦୁଇଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଛି।




