ମିସାଇଲ ମାଡ଼ରେ ଜଳିଗଲା ଭାରତୀୟ ଜାହାଜ

ଭୁବନେଶ୍ୱର ,ଇରାନର ମିସାଇଲ ମାଡ଼ରେ ଜଳିଗଲା ଭାରତୀୟ ଥିବା ଜାହାଜ। ଓମାନ ଉପକୂଳରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଏକ ବାଣିଜ୍ୟିକ ଜାହାଜ ଉପରେ, ଭୟାବହ ଆକ୍ରମଣ କରିଛି ଇରାନ। ଜାହାଜରେ ୧୧ ଜଣ ଭାରତୀୟ ନାଗରିକ ଥିଲେ। ସେମାନଙ୍କ ଭିତରୁ ୧୦ ଜଣଙ୍କୁ, ଉଦ୍ଧାର କରାଯାଇଥିବା ବେଳେ, ଜଣେ ନିଖୋଜ ଅଛନ୍ତି।ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଆକ୍ରମଣକୁ, କଡ଼ା ନିନ୍ଦା କରିଛି। ଓମାନରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ସହ ମିଶି, ନିଖୋଜ ଭାରତୀୟଙ୍କୁ ଖୋଜିବା ପାଇଁ, ସର୍ଚ୍ଚ ଓ ରେସକ୍ୟୁ ଅପରେସନ ଜାରି ରଖିଛନ୍ତି। ଅନ୍ୟପଟେ ଇରାନ୍ କହିଛି, ଜାହାଜଟି ଏକ ଅନୁମତିବିହୀନ ମାର୍ଗରେ ଯାଉଥିବାରୁ, ଏହା ଏକ କୋର୍ସ-କରେକ୍ସନ ପଦକ୍ଷେପ ଥିଲା। ଏହି ଘଟଣା ପରେ, ଇରାନ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ବନ୍ଦ କରିଥିବା ବେଳେ ଆମେରିକା ମଧ୍ୟ, ପାଲଟା ଆକ୍ରମଣ ଆରମ୍ଭ କରିଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ, ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ସମସ୍ତ ପକ୍ଷଙ୍କୁ ତୁରନ୍ତ ଉତ୍ତେଜନା ହ୍ରାସ କରିବା ସହ ଆଲୋଚନା ମାଧ୍ୟମରେ, ଶାନ୍ତି ଫେରାଇ ଆଣିବାକୁ ଅନୁରୋଧ କରିଛି ଭାରତ।




