
ଭୁବନେଶ୍ୱର ,ରଥଯାତ୍ରା ଦେଖି ଶ୍ରଦ୍ଧାଳୁ ଯେପରି ନିରାପଦରେ ଫେରିବେ, ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯାଇଛି।ପୁରୀ ଭୁବନେଶ୍ୱର ଓ ପୁରୀ କୋଣାର୍କ ଜାତୀୟ ରାଜପଥ ସମେତ ପୁରୀ ସହରର, ବିଭିନ୍ନ ସ୍ଥାନରେ ୪୭୦ କ୍ଲୋଜ ସର୍କିଟ କ୍ୟାମେରା ଲଗାଯାଇଛି। ଜଳ, ସ୍ଥଳ ଓ ଆକାଶ ପଥରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁଲିସ, ପ୍ରସ୍ତୁତି ଶେଷ ହୋଇଛି। ୧୨ ହଜାର ପୁଲିସ କର୍ମଚାରୀଙ୍କ ସମେତ ୧୨ କମ୍ପାନୀ କେନ୍ଦ୍ରୀୟ ବାହିନୀଙ୍କୁ, ନିୟୋଜିତ କରାଯିବ। ରଥ ଗୁଡିକର ସୁରକ୍ଷା, ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ, ଗାଡ଼ି ଚଳାଚଳ, ଗୁଣ୍ଡିଚା ମନ୍ଦିରରେ ଦର୍ଶନ ବ୍ୟବସ୍ଥା ଏବଂ ଦଳାଚକଟା ପରିସ୍ଥିତି ଏଡାଇବାକୁ ସବୁପ୍ରକାର, ବ୍ୟବସ୍ଥା କରାଯାଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶନିବାର ପୁରୀ ପୌର ସଦନରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛି ପୁଲିସ। ରାତ୍ରିକାଳୀନ ଗାଡ଼ି ଚଳାଚଳ ଓ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେବା ଓ ସମର୍ପଣ ଭାବ ନେଇ ରଥଯାତ୍ରାରେ କାର୍ଯ୍ୟ କରିବାକୁ,ପରାମର୍ଶ ଦିଆଯାଇଛି ।




