ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଦେଇଛନ୍ତି କଡ଼ା ଚେତାବନୀ।

ଭୁବନେଶ୍ୱର ,ଗତ କିଛିଦିନ ହେବ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ପୁଣି ବଢିବାକୁ ଲାଗିଛି। ଜୁନ୍ ମାସରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ପରେ ଏକ ଅସ୍ଥାୟୀ ଯୁଦ୍ଧବିରାମ ଲାଗୁ ହୋଇଥିଲା କିନ୍ତୁ ଉଭୟ ଦେଶ ପକ୍ଷରୁ ବୟାନବାଜି ଓ ସାମରିକ କାର୍ଯ୍ୟକଳାପ ଯୋଗୁଁଁ ପରିସ୍ଥିତି ପୁନର୍ବାର ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ କହିଛନ୍ତି, ଯଦି ଆମେରିକା ଚୁକ୍ତି ଉଲ୍ଲଙ୍ଘନ କରେ, କିମ୍ବା ବିଶ୍ୱାସଘାତକତା କରିବାକୁ ଚେଷ୍ଟା କରେ, ତେବେ ଇରାନ ନିଜର ସୁରକ୍ଷା ପାଇଁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ରହିଛି। ଆମେ ଆମେରିକାକୁ ଦୃଢ଼ ଭାବରେ ସାମ୍ନା କରିବୁ ଏବଂ ଇରାନ ଲୋକଙ୍କ ଅଧିକାରକୁ ରକ୍ଷା କରିବୁ। ଇଣ୍ଡୋନେସିଆର ପିପୁଲ୍ସ କନସଲଟେଟିଭ୍ ଆସେମ୍ଲି ବାଚସ୍ପତି ଅହମଦ ମୁଜାନିଙ୍କ ସହ ସାକ୍ଷାତ ପରେ ଏକ ସରକାରୀ ଟେଲିଗ୍ରାମ ପୋଷ୍ଟରେ ଗାଲିବାଫ କହିଛନ୍ତି, ସମ୍ପ୍ରତି ଶାନ୍ତି ଆଲୋଚନା ସମୟରେ ସେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ସ୍ପଷ୍ଟ ଭାବରେ କହିଥିଲେ, ଯେ ଆମେରିକା ଉପରେ ଇରାନର ଆଦୌ ବିଶ୍ୱାସ ନାହିଁ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯଦି ଇରାନ ତାଙ୍କ ହତ୍ୟା ପାଇଁ କୌଣସି ଷଡଯନ୍ତ୍ର କରେ ତେବେ ଆମେରିକାର ୧୦୦୦ ମିସାଇଲ ତୁରନ୍ତ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, ଆମେରିକାର ମିସାଇଲଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ଯଦି ଇରାନ ପକ୍ଷରୁ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୁଏ, ତେବେ ଆମେରିକୀୟ ସେନା ଇରାନର ବିଭିନ୍ନ ସ୍ଥାନ ଉପରେ ସାମରିକ ଆକ୍ରମଣ କରିବାକୁ, ପ୍ରସ୍ତୁତ ଅଛି। ଇରାନକୁ ମାଟିରେ ମିଶାଇ ଦେବାକୁ ଆମେରିକା ପଛାଇବ ନାହିଁ।ଅନ୍ୟପକ୍ଷରେ ଇରାନ୍ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମେନେଇ, ଶନିବାର ଆମେରିକା ଉପରେ ପ୍ରତିଶୋଧ ନେବାକୁ ପଣ କରିଛନ୍ତି।




