
ଭୁବନେଶ୍ୱର ,I M D ର ସୂଚନା ଅନୁସାରେ, ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ବଢିବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୪୧.୯ ମିଲିମିଟର ବର୍ଷା ହୋଇଛି।
ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ, ୧୨% ଅଧିକ। ହେଲେ ଏବେ ବି ୪ ଜିଲ୍ଲା-ସୁନ୍ଦରଗଡ, ଦେବଗଡ଼, କଳାହାଣ୍ଡି, ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।
ପୁଣି ବଙ୍ଗୋପସାଗରରେ ଆସୁଛି ଲଘୁଚାପ। ରଥଯାତ୍ରା ବେଳକୁ ରାଜ୍ୟରେ ଛେଚିବ ବର୍ଷା।
ଆସନ୍ତାକାଲି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି।
ଏହାର ପ୍ରଭାବରେ ୧୪ ତାରିଖରେ ସେହି ସ୍ଥାନରେ, ଲଘୁଚାପ ସୃଷ୍ଟି ହୋଇପାରେ। ଯାହାକି ଉତ୍ତର ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଯିବ।
ଫଳରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ।




