ସମୁଦ୍ର ମଝିରେ ଓଲଟିଲା ସ୍ପିଡ୍ବୋଟ୍

ଭୁବନେଶ୍ୱର ,ଦକ୍ଷିଣ ଭିଏତନାମର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଫୁ କ୍ୱାକ୍’ ଦ୍ୱୀପ ନିକଟରେ, ଶନିବାର ପ୍ରାୟ ୧ଟା ବେଳେ ଏକ ଦ୍ରୁତଗାମୀ ସ୍ପିଡ୍ବୋଟ୍ ସମୁଦ୍ର ମଝିରେ ବୁଡ଼ି ଯାଇଛି।ଓସେନ୍ ପର୍ଲ ଆଇଲ୍ୟାଣ୍ଡ କମ୍ପାନୀର ଏହି ସ୍ପିଡ୍ବୋଟ୍ରେ ୩୨ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୪ ଜଣ କ୍ରୁ ସଦସ୍ୟ ଥିଲେ। ବୋଟ୍ଟି ହନ୍ ମେ ରୁତ୍ରୁ ଆନ୍ ଥୋଇ ବନ୍ଦର ଆଡ଼କୁ ଯାଉଥିବା ବେଳେ ମଝି ସମୁଦ୍ରରେ, ହଠାତ୍ ଓଲଟି ପଡ଼ିଥିଲା। ଫଳରେ ବୋଟ୍ରେ ଥିବା ସମସ୍ତ ଯାତ୍ରୀ ଗଭୀର ସମୁଦ୍ର ଗର୍ଭକୁ, ଚାଲିଯାଇଥିଲେ। ଆଖପାଖରେ ଥିବା ଅନ୍ୟ ପର୍ଯ୍ୟଟନ ବୋଟ୍ ଗୁଡ଼ିକ ମାତ୍ର ୫ ମିନିଟ୍ ମଧ୍ୟରେ, ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଥିଲେ ମଧ୍ୟ ସ୍ପିଡ୍ବୋଟ୍ ଭିତରେ ଅନେକ ପର୍ଯ୍ୟଟକ ଫସି ରହିଥିବାରୁ ସେମାନଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରି ନାହିଁ। ବର୍ତ୍ତମାନ ସୁଦ୍ଧା ଅତିକମରେ, ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମହାରେସ୍କ୍ୟୁ ଅପରେସନ୍ ଜାରି ରହିଛି।ଏହି ଭୟଙ୍କର ଦୁର୍ଘଟଣା ଉପରେ ଭାରତୀୟ ଦୂତାବାସ ସମ୍ପୂର୍ଣ୍ଣ ନଜର ରଖିଛି।



