
ଭୁବନେଶ୍ୱର , ବିନା ଫିଟନେସର ଗାଡି ,ବୀମା ଓ ବିନା ପରମିଟରେ ଚାଲୁଥିବା ଗାଡିକୁ, ଜବତ କରିବାକୁ ଏସଟିଏ ନିର୍ଦ୍ଦେଶ ପରେ କଡାକଡି ଚେକିଂ।
ଯେଉଁ ଗାଡ଼ି ଫିଟନେସ ନିୟମ ଉଲଂଘନ କରୁଛନ୍ତି, ସେମାନଙ୍କ ଗାଡି କୁ ଜବତ କରାଯାଉଛି ।
ଅଭ୍ୟାସଗତ ଉଲଙ୍ଘନକାରୀଙ୍କ ବିରୋଧ ରେ, କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଏସଟିଏ।
ଏକାଧିକଥର ଏହି ନିୟମ ଉଲଂଘନ କରିଥିବା ଗାଡି ଗୁଡିକୁ, ଜବତ କରିବାକୁ, ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ, ପ୍ରାଧିକରଣ ।
ଅଟୋ, ଟ୍ରାକ୍ଟର, ବାଇକ, ମାଲବୁହା ଗାଡି ଜବତ କରାଯାଇଛି।
ଉଭୟ କମର୍ସିଆଲ ଓ ଘରୋଇ ଗାଡିକୁ ଚେକିଂ କରାଯାଉଛି।




