
ଭୁବନେଶ୍ୱର ,ଭାରତୀୟ ନୌସେନାର ଷଷ୍ଠ ପ୍ରୋଜେକ୍ଟ 17A ଷ୍ଟେଲ୍ଥ ଫ୍ରିଗେଟ୍ ‘ମହେନ୍ଦ୍ରଗିରି’ ନିର୍ମାଣରେ ପ୍ରାୟ, ୭୫ ପ୍ରତିଶତ ସ୍ୱଦେଶୀ ଉପକରଣ ଓ ପ୍ରଯୁକ୍ତି ବ୍ୟବହାର କରାଯାଇଛି।
ଏହା ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଆହୁରି ସୁଦୃଢ଼ କରିବା ସହ, ଭାରତୀୟ ନୌସେନାର ସାମୁଦ୍ରିକ ସୁରକ୍ଷା କ୍ଷମତାକୁ, ମଧ୍ୟ ଅଧିକ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି ।
INS ମହେନ୍ଦ୍ରଗିରି ନୌସେନାରେ ସାମିଲ ପରେ ଭାରତର ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼, ହେବ।ଜୁଲାଇ ୧୧ ତାରିଖରେ ଜଳାବତରଣ କରିବ ଭାରତୀୟ ନୌସେନାର, ଷଷ୍ଠ ପ୍ରୋଜେକ୍ଟ-17A ଷ୍ଟେଲ୍ଥ ଫ୍ରିଗେଟ୍ INS Mahendragiri।
ବିଶାଖାପଟନମରେ ଭାରତୀୟ ନୌସେନାରେ ଆନୁଷ୍ଠାନିକ ଭାବେ, ଏହାର କମିଶନିଂ କରାଯିବ।
ଭାରତୀୟ ନୌସେନାରେ ଏହା ସକ୍ରିୟ ଯୁଦ୍ଧଜାହାଜ ଭାବେ, କାର୍ଯ୍ୟ କରିବ।




