ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି

ଭୁବନେଶ୍ୱର ,ପ୍ରଧାନମନ୍ତ୍ରୀ ମୋଦି ସୋମବାର ଦିନ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆ ପହଞ୍ଚିଥିଲେ। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତର ଆକ୍ଟ ଇଷ୍ଟ୍ ପଲିସି , ମହାସାଗର ଭିଜନ୍ ଏବଂ ଏକ ମୁକ୍ତ, ଉନ୍ମୁକ୍ତ ଓ ସମାବେଶୀ ଇଣ୍ଡୋ-ପାସିଫିକ୍ ପ୍ରତି ଭାରତର ପ୍ରତିବଦ୍ଧତାକୁ, ଆହୁରି ସୁଦୃଢ଼ କରିବା। ଇସ୍ତାନା ମେର୍ଦେକାରେ ମିଳିଥିବା ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ X ରେ ପୋଷ୍ଟ କରି କହିଥିଲେ, “ଇସ୍ତାନା ମେର୍ଦେକାରେ ମୋତେ ସ୍ୱାଗତ ଜଣାଇଥିବାରୁ ଧନ୍ୟବାଦ!” ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଜାକାର୍ତ୍ତାସ୍ଥିତ ମେର୍ଦେକା ପ୍ୟାଲେସ୍ରେ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ, ସାକ୍ଷାତ ସମୟରେ ଅତିଥି ପୁସ୍ତିକା ରେ ସ୍ୱାକ୍ଷର ମଧ୍ୟ କରିଥିଲେ।’ବିନ୍ତାଙ୍ଗ ଆଦିପୁର୍ଣ୍ଣ’ ହେଉଛି ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ। ଦେଶର ଏକତା, ନିରନ୍ତରତା ଓ ସମୃଦ୍ଧି ପାଇଁ ଅସାଧାରଣ ଅବଦାନ ରଖିଥିବା,ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଏ। ଏହାପୂର୍ବରୁ, ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ସହ ଆଲୋଚନା ପାଇଁ, ଇସ୍ତାନା ମେର୍ଦେକା ରେ ପହଞ୍ଚିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ଔପଚାରିକ ସ୍ୱାଗତ ଜଣାଯାଇଥିଲା।ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶର ସମ୍ପର୍କକୁ ବ୍ୟାପକ କୌଶଳଗତ ଭାଗୀଦାରି ସ୍ତରକୁ, ଉନ୍ନୀତ କରାଯିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହା ପୂର୍ବରୁ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋ ଜାନୁଆରୀ ୨୦୨୫ରେ, ଭାରତର ଗଣତନ୍ତ୍ର ଦିବସ ଉତ୍ସବର ମୁଖ୍ୟ ଅତିଥି ଭାବେ, ଭାରତ ଗସ୍ତ କରିଥିଲେ। ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଗସ୍ତ ଭାରତର ଆକ୍ଟ ଇଷ୍ଟ ପଲିସି, ମହାସାଗର ଭିଜନ୍ ଏବଂ ଏକ ମୁକ୍ତ ଓ ଉନ୍ମୁକ୍ତ ଇଣ୍ଡୋ-ପାସିଫିକ୍ ପ୍ରତି ଭାରତର ଦୃଷ୍ଟିକୋଣକୁ, ଆହୁରି ସଶକ୍ତ କରିବ।




