ଅନ୍ୟାନ୍ୟଜୀବନଶୈଳୀ

ବେଆଇନ କୁହାଯାଇପାରିବ ନାହିଁ ହେପାଜତରେ ଥିବା ବ୍ୟକ୍ତିଙ୍କ ଗିରଫକୁ

ଭୁବନେଶ୍ୱର ,କୌଣସି ଅପରାଧିକ ମାମଲାରେ ଗିରଫ ହୋଇ ଜେଲ୍ ହାଜତରେ ଥିବା, ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହେବା ପରେ, ସେମାନଙ୍କର ହେପାଜତକୁ ସହଜରେ ‘ବେଆଇନ’ ଦର୍ଶାଇ ହେବିୟସ୍‌ କର୍ପସ ରିଟ୍ ଆବେଦନ ଗ୍ରହଣ, କରାଯାଇପାରିବ ନାହିଁ। ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ ଏବଂ ବିଚାରପତି ମୁରାହରୀ ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲୀପ କୁମାର ନାୟକଙ୍କ ଦ୍ୱାରା ଦାୟର ଆବେଦନକୁ ଖାରଜ କରିବା ସହ, ଏହି ଆଦେଶ ଦେଇଛନ୍ତି।ବାଦାମବାଡ଼ି ଥାନା ଅଞ୍ଚଳର ଦିଲୀପ କୁମାର ନାୟକଙ୍କ ବିରୋଧରେ ଜଣେ ବ୍ୟକ୍ତି ସାତ କୋଟି ବାୟାଳିଶ ଲକ୍ଷର ଜମି କିଣାବିକା ଜାଲିଆତି ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଦିଲୀପ ଏହି ଟଙ୍କା ନେଇ ନିଜ ନାମରେ ଜମି କିଣିବା ସହ ଟଙ୍କା ଫେରସ୍ତ ପାଇଁ ଦେଇଥିବା ୧୦ଟି ଚେକ୍ ମଧ୍ୟ ବାଉନ୍ସ ହୋଇଥିଲା। ୨୦୨୩ ମସିହାରେ ବାଦାମବାଡ଼ି ଥାନାରେ, ଏନେଇ ମାମଲା ରୁଜୁ ହେବା ପରେ, ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ ଭାର ନେଇଥିଲା। ୨୦୨୫ ସେପ୍ଟେମ୍ବରରେ ଦିଲୀପଙ୍କୁ ଗିରଫ କରାଯାଇଥିଲା। ପରେ ନିମ୍ନ ଅଦାଲତ ତାଙ୍କ ଜାମିନ ଆବେଦନକୁ, ଖାରଜ କରିଦେଇଥିଲେ। ଏହାପରେ ଦିଲୀପ ହାଇକୋର୍ଟଙ୍କ, ଦ୍ବାରସ୍ଥ ହୋଇଥିଲେ। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଜଣେ ଅଭିଯୁକ୍ତ ନ୍ୟାୟିକ ହେପାଜତରେ, ଥିବା ବେଳେ ଏବଂ ତାଙ୍କ ଜାମିନ ଆବେଦନ ଖାରଜ ହୋଇସାରିବା ପରେ, କେବଳ କୋର୍ଟ କଗ୍ନିଜାନ୍ସ ନେବାରେ ବିଳମ୍ବ କରିଛନ୍ତି ବୋଲି, ଦର୍ଶାଇ ତାଙ୍କ ଗିରଫକୁ ବେଆଇନ କୁହାଯାଇପାରି ନାହିଁ।

Related Articles

Back to top button