ଅନ୍ତର୍ଜାତୀୟଅନ୍ୟାନ୍ୟ

ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଲାଗି ବ୍ୟବସ୍ଥା

ଭୁବନେଶ୍ୱର ,ଆଉ  କିଛିଦିନ ପରେ, ମହାପ୍ରଭୁଙ୍କ ଘୋଷଯାତ୍ରା । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗି ପୁଲିସ ତରଫରୁ, ବ୍ୟବସ୍ଥା କରାଯାଇଛି ଏନେଇ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ,ସୂଚନା ଦେଇଛନ୍ତି।ରଥଯାତ୍ରା ଲାଗି ପୁଲିସ ତରଫରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ପହଞ୍ଚିଛି । ଯାତ୍ରାରେ ଲକ୍ଷାଧିକ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ, ଭିଡ଼ ଜମିବ । ଶ୍ରଦ୍ଧାଳୁ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ତାହା ପୁଲିସର ମୁଖ୍ୟ ଦାୟିତ୍ୱ ।ରଥଯାତ୍ରାକୁ ଅଘଟଣମୁକ୍ତ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ,ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୬ ପାଇଁ, ଶେଷ ସମନ୍ୱୟ କମିଟି ବୈଠକ ଶେଷ। ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ, ୨୫୦ ପ୍ଲାଟୁନ ଓଏସ୍ଏପି, ଆଇଆର୍ବିଏନ୍, ଏଆର୍ପି ଏବଂ ଟ୍ରାଫିକ ଫୋର୍ସ ମୁତୟନ କରାଯିବ । ସହରର ବିଭିନ୍ନ ସ୍ଥାନରେ ୩ ହଜାର ହୋମଗାର୍ଡଙ୍କୁ ମୁତୟନ କରାଯିବ । ଏଥର ରଥଯାତ୍ରା ଡ୍ୟୁଟି ପାଇଁ ପ୍ରାୟ ୧୨ ହଜାର ପୁଲିସ କର୍ମଚାରୀ, ୧୯ ବରିଷ୍ଠ ଆଇପିଏସ୍ ଅଧିକାରୀ ,ଟ୍ରାଫିକ କନ୍‌ଷ୍ଟେବଲ୍ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍), ସିଆର୍ପିଏଫ ଏବଂ ବିଏସ୍ଏଫ ମୁତୟନ ରହିବେ ।

Related Articles

Back to top button