
ଭୁବନେଶ୍ୱର ,ମହାପ୍ରଭୁ ବିଜେ କରୁଥିବା ରତ୍ନ ବେଦୀ ଓ ଗର୍ଭଗୃହକୁ ଯାଞ୍ଜ କରାଯିବ । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି, ବଡଦେଉଳର ସ୍ଥିତି ସମ୍ପର୍କରେ, ଯାଞ୍ଜ କରାଯିବା ପରେ ଅବଶ୍ୟକ ମରାମତି କରିବାକୁ ବୈଠକରେ ଆଲୋଚାନା ହୋଇଛି ।ଚଟାଣ, କାନ୍ଥ, ଛାତ ପ୍ରଭୃତି ସ୍ଥିତି କିଭଳି ରହିଛି ତାହାକୁ ବୈଷୟିକ ଟିମ୍ ଯାଞ୍ଜ କରିବ । ଭରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା ତଥା ଏଏସଆଇର ବୈଷୟିକ ଟିମ୍, ଦିଲ୍ଲୀ ଆଇଆଇଟିର ବିଶେଷଜ୍ଞ ଟିମ୍, ନିର୍ମାଣ ବିଭାଗର ବୈଷୟିକ ଟିମ୍, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର, ବୈଷୟିକ ଟିମ୍ ମିଳିତ ଭାବେ ଯାଞ୍ଜ କାର୍ଯ୍ୟ କରିବେ । ଆସନ୍ତା ୧୮ ତାରିଖରେ ଏହି ବୈଷୟିକ ଯାଞ୍ଜ କରାଯିବ । ବୈଠକର ନିଷ୍ପତ୍ତି ଅନୁସାରେ ୩ଟି କାର୍ଯ୍ୟକୁ ପ୍ରମୁଖତା ଦିଆଯିବ । ବଡଦେଉଳର ଗର୍ଭଗୃହ, ଜଗମୋହନ, ନାଟମଣ୍ଡପକୁ ଭଲ ଭାବେ, କଳା ଛଡାଇ ସଫା କରାଯିବ । ପରେ ଏହାର ଷ୍ଟ୍ରକଚରାଲ ସ୍ଥିତି, ଅନୁଧ୍ୟାନ କରାଯିବ । ଆଵଶ୍ୟକ ସ୍ଥଳେ ପଥର ସ୍ତାନାନ୍ତର ଓ ମରାମତି କରାଯିବ । ଶେଷରେ କେମିକାଲ ୱାସ୍ କରାଯାଇ, ସଂରକ୍ଷଣ କାର୍ଯ୍ୟ ଶେଷ କରାଯିବ । ଚଳିତବର୍ଷ ଭୋଗ ମଣ୍ଡପକୁ ଭଲ ଭାବେ ଯାଞ୍ଜ କରାଯିବ ସହ, ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯିବ । ଏଏସଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଏଏସଆଇର ଓଡ଼ିଶା ମୁଖ୍ୟ ମିଲନ କୁମାର ଚାଓଲେ କହିଛନ୍ତି, “ପ୍ରତିବର୍ଷ ଭଳି ପ୍ରଥମେ ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ, ଭୋଗମଣ୍ଡପ ପ୍ରଭୃତିର ସଫାସୁତୁରା କାର୍ଯ୍ୟ ହେବ ।




