
ଭୁବନେଶ୍ୱର,ଶନିବାର ଓଲଡ୍ ଟ୍ରାଫୋର୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା, ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଖେଳାଯିବ। ଶ୍ରେୟସ ଆୟରଙ୍କ ନେତୃତ୍ବାଧିନ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ବ୍ୟାଟିଂରେ ସମ୍ମାନଜନକ, ୧୮୯ରନ କରିଥିଲା। ଅଭିଷେକ ଶର୍ମା ୫୯ ,ଶ୍ରେୟସ ଆୟର ୬୮ ଓ ଶିବମ ଦୁବେଙ୍କ ୪୨ରନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ଓପନର ସଞ୍ଜୁ ସାମସନ ୧ରନ କରି ଆଉଟ୍ ହୋଇଥିଲେ। ସାମସନ କ୍ରମାଗତ ୩ଟି ମ୍ୟାଚରେ, ବିଫଳ ହୋଇଥିଲେ। ଯାହା ଫଳରେ ଦ୍ବିତୀୟ ମ୍ୟାଚରେ ତାଙ୍କ ସ୍ଥାନରେ, ଯୁବ ଓପନର ବୈଭବ ସୂଯ୍ୟବଂଶୀଙ୍କୁ ପଦାର୍ପଣ କରିବାର ସୁଯୋଗ ମିଳିପାରେ। ମୋଟ୍ ଉପରେ ଭାରତ ପ୍ରଥମ ମ୍ୟାଚ ଖେଳିଥିବା ଚୂଡାନ୍ତ ଏକାଦଶରେ ସାମସନଙ୍କ ସ୍ଥାନରେ ବୈଭବଙ୍କୁ, ସୁଯୋଗ ମିଳିପାରେ। ଅନ୍ୟପକ୍ଷରେ ହ୍ୟାରି ବ୍ରୁକଙ୍କ ନେତୃତ୍ବାଧିନ ଇଂଲଣ୍ଡ ପ୍ରଥମ ମ୍ୟାଚରେ, ବ୍ୟାଟିଂ ସୁଯୋଗ ପାଇନଥିଲେ ମଧ୍ୟ ବୋଲିଂରେ ସନ୍ତୁଳିତ ପ୍ରଦର୍ଶନ କରିଥିଲା।




