
ଭୁବନେଶ୍ୱର,ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳର ଦରଡାସ୍ଥିତ, ଏକ ପେଟ୍ରୋଲ ପମ୍ପରୁ ଲୁଟ୍।
ବନ୍ଧୁକ ଦେଖି କର୍ମଚାରୀ ଭୟଭୀତ ହୋଇ ଦୌଡି ପଳାଇଥିବା ବେଳେ, ଦୁର୍ବୃତ୍ତମାନେ କାଉଣ୍ଟରରେ ଥିବା ନଗଦ ଟଙ୍କା ଲୁଟି, ନେଇ ଫେରାର ହୋଇଯାଇଥିଲେ।
ସିସିଟିଭିରେ କଏଦ ହେଲା, ଲୁଟର ଦୃଶ୍ୟ।
ଗତକାଲି ରାତି ପ୍ରାୟ ସାଢେ ୧୧ଟା ବେଳେ, ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ,ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ।
ପୋଲିସ ସିସିଟିଭି ଫୁଟେଜ୍ ଜବତ କରି, ତଦନ୍ତ ଆରମ୍ଭ କରିଛି।




