ଓଡ଼ିଶା

ଅମିତ୍ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ୍, କାରଣ ଜାଣନ୍ତୁ

ଫିକା ପଡ଼ିଗଲା ସମସ୍ତଙ୍କ ମନ,ଧିମା ପଡ଼ିଗଲା ସବୁ ଆୟୋଜନ, କାହିଁକି ?

ଭୁବନେଶ୍ବର, 02.07- ଆସନ୍ତା ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିଲା, କିନ୍ତୁ ହଠାତ୍ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଲା ବଡ଼ ଖବର । ଅମିତ୍ ଶାହ ଏହି ତାରିଖ ଭିତରେ ଓଡ଼ିଶା ଗସ୍ତରେ ଆସିବେ ନାହିଁ । ଏହି ଗସ୍ତକୁ ବାତିଲ କରାଯାଇଛି । ଏହି ବଡ଼ ସୂଚନା ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ୍ ।

ଆସନ୍ତା ଚାରି ତାରିଖରେ ବରଗଡ଼ରେ ଇଥାନଲ ପ୍ରଡକ୍ସନ୍ କଂପାନୀର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଥିଲା, ଯାହାକୁ ବିପିସିଏଲ୍ ଦ୍ବାରା ନିର୍ମାଣ କରାଯାଇଥାନ୍ତା । ଏହା ସହିତ ଭୁବନେଶ୍ବର କଟକରେ ବି ଏକାଧିକ ସରକାରୀ କାର୍ଯ୍ୟକ୍ରମ ଥିଲା । ଏପରିକି କିଛି ଗୁରୁତ୍ୱପୂର୍ଣ୍ଣ ଦଳୀୟ କାର୍ଯ୍ୟକ୍ରମ ବି ରହିଥିଲା । ଏ ସବୁ ପ୍ରୋଗ୍ରାମ୍ ବାତିଲ୍ କରାଯାଇଛି । ସାଂସଦ କହିଛନ୍ତି ଆଗକୁ ରାଜ୍ୟରେ ବଡ଼ ଧରଣର ଲଘୁଚାପ ଆକଳନ କରିଛି ପାଣିପାଗ ବିଭାଗ, ଯାହା ଫଳରେ ରାଜ୍ୟ ତମାମ ପ୍ରବଳ ବର୍ଷା ହେବ, ଫଳରେ କାର୍ଯ୍ୟକ୍ରମ ଧୋଇ ଯିବାର ସମ୍ଭାବନା ରହିଛି । ପାଗ ଅନୁକୂଳ ନ ଥିବାରୁ ଯାତ୍ରା ଓ ଆୟୋଜନ ବାଧା ପ୍ରାପ୍ତ ହୋଇପାରେ । ସେଥିପାଇଁ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ସେଗୁଡ଼ିକ ପରେ ଆଉ ଏକ ତାରିଖରେ ପୁନଃ ନିର୍ଦ୍ଧାରିତ କରାଯିବ ବୋଲି ଆଶା କରାଯାଉଛି ।

Related Articles

Back to top button