ବାଚସ୍ପତି ସୁରମା ପାଢ଼ୀଙ୍କ ପୁସ୍ତକ ଉନ୍ମୋଚିତ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଓଡ଼ିଶା ବିଧାନ ସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀଙ୍କ ପୁସ୍ତକ ଉନ୍ମୋଚିତ ହୋଇଛି । ଗତ ଦୁଇ ବର୍ଷର ସଫଳ ସାମ୍ବିଧାନିକ ଯାତ୍ରା ଆଧାରିତ ଦୁଇଟି ପୁସ୍ତକ ଉନ୍ମୋଚିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଉପସ୍ଥିତ ରହିଥିଲେ । ବାଚସ୍ପତିଙ୍କ ରଚିତ ୨ଟି ପୁସ୍ତକର ନାମ ହେଉଛି- “Presiding with Purpose – Two Years Legislative Journey of Speaker Surama Padhy” ଏବଂ “Two Years of Transformative Leadership Under Speaker Surama Padhy” ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଚସ୍ପତିଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଦୁଇ ବର୍ଷ ମଧ୍ୟରେ ସମଗ୍ର ବିଧାନସଭା ପ୍ରକ୍ରିୟାର ସଫଳ ଡିଜିଟାଇଜେସନ ସହ ଗୃହର ଗରିମା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ରକ୍ଷା ଦିଗରେ ମାନ୍ୟବର ବାଚସ୍ପତିଙ୍କ ନେତୃତ୍ୱ ଓ ଦୂରଦୃଷ୍ଟି ଅତ୍ୟନ୍ତ ପ୍ରଶଂସନୀୟ। ଏହି ପୁସ୍ତକଦ୍ୱୟ ଆମ ଗଣତନ୍ତ୍ରର ସୁଦୃଢ଼ ଯାତ୍ରାର ଚିତ୍ର ପ୍ରଦାନ କରିବା ସହ ଆଗାମୀ ଦିନରେ ଗବେଷକ, ବୁଦ୍ଧିଜୀବୀ ଓ ଯୁବପିଢ଼ିଙ୍କ ପାଇଁ ଏକ ମାର୍ଗଦର୍ଶିକା ସଦୃଶ ହେବ ବୋଲି ମୋହନ କହିଛନ୍ତି।




