
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; BMCର ୪୨ ତମ କର୍ପୋରେସନ ବୈଠକ ଶେଷ ହୋଇଛି । ସ୍ୱାସ୍ଥ୍ୟ, ପରିମଳ, ବିଦ୍ୟୁତ୍, ଆଲୋକ ଏବଂ ବିଭିନ୍ନ ପ୍ରକଳ୍ପ ସଂପର୍କରେ ଆଲୋଚନା କରାଯାଇଛି । ରଥ ଯିବା ରାସ୍ତା ମରାମତି କାମ ଏବଂ ଓହଳି ରହିଥିବା ବିଦ୍ୟୁତ୍ ତାର ତୁରନ୍ତ ସଜାଡିବା ପାଇଁ R&B, ଟିପିସିଡିଓଏଲ ଏବଂ BMC ଉପବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ନେଇଛନ୍ତି ମେୟର ସୁଲୋଚନା ଦାସ । ମଙ୍ଗଳବାର ବୈଠକ ଆରମ୍ଭରୁ ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ ସଂପର୍କରେ ଆଲୋଚନା କରାଯାଇଥିଲା । ପରେ ଏଜେଣ୍ଡା ଅନୁଯାୟୀ କର୍ପୋରେଟର ଓ ବିଭିନ୍ନ ଉପବିଭାଗରୁ ଆସିଥିବା ପ୍ରସ୍ତାବଗୁଡିକ ଆଗତ କରାଯାଇଥିଲା ।
ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଉପସ୍ଥାପନ ହୋଇଥିଲା ମୋଟ୍ ୭ଟି ଲିଖିତ ପ୍ରଶ୍ନ । ଜିରୋ ଆଓ୍ୱାରରେ କର୍ପୋରେଟରମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସ୍ୱାସ୍ଥ୍ୟ ବୀମା ପାଇଁ ସରକାରଙ୍କ ନିକଟରେ କର୍ପୋରେଟରଙ୍କ ଦାବି ଉପସ୍ଥାପନ କରିବାକୁ କୁହାଯାଇଛି । ସେହିପରି ଚଳିତ ବର୍ଷ ଶେଷ ସୁଦ୍ଧା ଆଉ କିଛି ବଡ ବଡ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଆମିଷ ବର୍ଜ୍ୟ ପ୍ରକ୍ରିୟାକରଣ , ବଡ ବଡ ଡ୍ରେନରେ ସେନସର ଲଗାଇବା, ଡଗ୍ ସେଲଟର ନିର୍ମାଣ ଆଦି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଗୃହକୁ ସୂଚନା ଦେଇଛନ୍ତି କମିଶନର ଚଞ୍ଚଳ ରାଣା ।




