ଓଡ଼ିଶାବାଣିଜ୍ୟ

OMFED ପକ୍ଷରୁ ସମବାୟ ସପ୍ତାହ ପାଳିତ

ପ୍ରଥମ ଦିନରେ ବୃକ୍ଷ ରୋପଣ ଓ ଶପଥ ଗ୍ରହଣ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;   କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠାର ୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପି ଜୁନ୍ ୨୯ ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି ସମବାୟ ସପ୍ତାହ । ଏହି ଅବସରରେ omfed ପକ୍ଷରୁ ସମବାୟ ସପ୍ତାହର ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । omfed ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ସମବାୟ ସପ୍ତାହର ପ୍ରଥମ ଦିନରେ omfedର ବିଭିନ୍ନ ପ୍ଲାଣ୍ଟ, ୟୁନିୟନ ଓ ସମବାୟ ସମିତି ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସହିଦ ନଗରସ୍ଥିତ ମୁଖ୍ୟାଳୟ ପରିସରରେ ସମବାୟ ପ୍ରତିଶୃତି ସ୍ୱରୂପ ସମସ୍ତ କର୍ମଚାରୀ ଶପଥ ପାଠ କରିଥିଲେ । “ସହକାର ସେ  ସମୃଦ୍ଧି” ଦୃଷ୍ଟି କୋଣକୁ ସାକାର କରିବା ପାଇଁ କର୍ମଚାରୀମାନେ କାର୍ଯ୍ୟକରିବେ ବୋଲି ଶପଥ ଗ୍ରହଣ କରିଛନ୍ତି । ସକ୍ରିୟ ସମବାୟ, ବିକଶିତ ଭାରତର ମୂଳଦୁଆ । ଏହାକୁ ସାକାର କରିବା ପାଇଁ କର୍ମଚାରୀମାନେ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ କହିଛନ୍ତି । ଏକ ଆତ୍ମନିର୍ଭର ଏବଂ ସଶକ୍ତ ଭାରତ ଗଠନ ପାଇଁ ଯଥାସମ୍ଭବ ସେମାନଙ୍କର ଯୋଗଦାନ ରହିବ ବୋଲି ଶପଥ କରିଛନ୍ତି ।

ଭୁବନେଶ୍ୱର ସହିଦ ନଗରସ୍ଥିତ ମୁଖ୍ୟାଳୟରେ ଏହି ଉପଲକ୍ଷେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ omfedର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ । omfedର ଡେପୁଟି ମ୍ୟାନେଜର (PR & CSS) ଡକ୍ଟର ବିଶ୍ୱରଂଜନ ତ୍ରିପାଠୀ ସମସ୍ତ କର୍ମଚାରୀଙ୍କୁ ଶପଥପାଠ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମ୍ୟାନେଜର (ଅର୍ଥ) ତାପସ ରଂଜନ ମିଶ୍ର, ମାନବ ସମ୍ବଳ ମୁଖ୍ୟ ନିତ୍ୟ ଦର୍ଶନ ମିଶ୍ର, ସହକାରୀ ପରିଚାଳକ (ଆଇଟି) ଜିତେନ୍ଦ୍ର କୁମାର ବରାଡଙ୍କ ସହ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ସମବାୟ ସପ୍ତାହ ଅବସରରେ omfed ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଗାମୀ ଦିନରେ ଦୁଗ୍ଧ ଚାଷୀ ଓ କର୍ମଚାରୀମାନଙ୍କୁ ପରିଷ୍କାର ଓ ପରିଚ୍ଛନ୍ନ ଦୁଗ୍ଧ ଉତ୍ପାଦନ ସଂପର୍କରେ ତାଲିମ ଦିଆଯିବା ସହ ପଶୁପାଳନ, ବିପଣନ ବିସ୍ତାର, ସମବାୟକୁ ସଶକ୍ତ କରିବା, ଗୋପାଳକଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ଆଦି ସଂପର୍କରେ ସଚେତନ ଓ ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

Related Articles

Back to top button