ଅନ୍ୟାନ୍ୟକ୍ରୀଡ଼ା

ଗ୍ଲୋବାଲ୍ ଟପ୍ ଲିଷ୍ଟରେ ଦ୍ୱିତୀୟ ସ୍ଥାନ ହାସଲ କଲେ ରୋହିତ ଯାଦବ

ଭୁବନେଶ୍ୱର ,୬୫ତମ ଜାତୀୟ ଇଣ୍ଟର-ଷ୍ଟେଟ୍ ସିନିୟର ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍ ରବିବାର, ଶେଷ ହୋଇଛି। ପ୍ରତିଯୋଗିତାର ଶେଷ ଦିନରେ ଜାଭଲିନ୍ ଥ୍ରୋ ଖେଳାଳି ରୋହିତ ଯାଦବଙ୍କ ଉପରେ, ସମସ୍ତଙ୍କ ନଜର ରହିଥିଲା। ସେ କଳିଙ୍ଗ ଷ୍ଟାଡିୟମ୍‌ରେ, ୮୭.୦୫ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିବା ସହ ବିଶ୍ୱ ମାନ୍ୟତାରେ ଦ୍ୱିତୀୟ ସ୍ଥାନ, ଅଧିକାର କରିଛନ୍ତି।ଦୁଇଥରର ଅଲିମ୍ପିକ୍ ଓ ବିଶ୍ୱ ପଦକ ବିଜେତା ,ନୀରଜ ଚୋପ୍ରା ବର୍ତ୍ତମାନ ବିଶ୍ୱ ତାଲିକାରେ, ଚତୁର୍ଥ ସ୍ଥାନରେ  ଅଛନ୍ତି। ରୋହିତଙ୍କ ପୂର୍ବ ସର୍ବୋତ୍ତମ ଦୂରତା ୨୦୨୩ରେ, ୮୩.୦୪ ମିଟର ଥିଲା। ତାଙ୍କର ଏହି ୮୭.୦୫ ମିଟର ଥ୍ରୋ ପୂର୍ବରୁ ଥିବା ମିଟ୍ ରେକର୍ଡ ,କୁ ଅତିକ୍ରମ କରିଛି।୨୫ ବର୍ଷୀୟ ପ୍ରତିଭାବାନ୍ ଅନ୍ତର୍ଜାତୀୟ ଜାଭଲିନ୍ ଖେଳାଳି ରୋହିତ ଯାଦବ ନିଜର ଶେଷ ପ୍ରୟାସରେ, ଏହି ଥ୍ରୋ କରିଥିଲେ। ଏହି ପ୍ରଦର୍ଶନ ସହ ସେ ଚଳିତ ସିଜିନର ଶ୍ରେଷ୍ଠ ଭାରତୀୟ ଜାଭଲିନ୍ ଥ୍ରୋ କରିଥିବା ଖେଳାଳି ଭାବେ, ,ଉଭା ହୋଇଛନ୍ତି ଏବଂ ବିଶ୍ୱ ତାଲିକାରେ, ଶ୍ରୀଲଙ୍କାର ରୁମେଶ୍ ଥରଙ୍ଗା ପାଥିରାଗେ ଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Related Articles

Back to top button