ଅନ୍ୟାନ୍ୟପାଣିପାଗ

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପାଣିପାଗରେ ଏକ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର ,ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସାରା ଦେଶର ପାଣିପାଗରେ, ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ।

ଗୋଟିଏ ପଟେ ଆସାମ ଏବଂ ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟ ପ୍ରବଳ ବର୍ଷା ପରେ, ବନ୍ୟାର ସମ୍ମୁଖୀନ ହେଉଛି।

ପାଣିପାଗ ବିଭାଗ ୧୫ଟି ରାଜ୍ୟ ପାଇଁ, ନୂଆ ଆଲର୍ଟ ଜାରି କରିଛନ୍ତି।

ଏହି ରାଜ୍ୟଗୁଡ଼ିକରେ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ, ପ୍ରବଳ ପବନ ବହିବା ସହ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।”

ଦେଶରେ ମୌସୁମୀ ଆସିବା ପରେ, ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି।

ଅରୁଣାଚଳ ପ୍ରଦେଶ ଓ ଆସାମ ସହ ଅନେକ ରାଜ୍ୟରେ, ଭାରୀ ବର୍ଷା ହେଉଛି।

ଅନ୍ୟ ପଟେ ଦିଲ୍ଲୀ ଏବଂ ରାଜସ୍ଥାନରେ ଲୋକେ ପ୍ରଚଣ୍ଡ ଗରମ ଯୋଗୁଁ ,କଲବଲ ହେଉଛନ୍ତି।

Related Articles

Back to top button