
ଭୁବନେଶ୍ୱର , ସାତକୋଶିଆ ବନଖଣ୍ଡ ପକ୍ଷରୁ ପୁରୁଣା ଭ୍ରୁକୁଣ୍ଡି ଗ୍ରାମରେ ଗେଟ୍ ପକାଇ ରାସ୍ତା ଅବରୋଧ କରି ଦିଆଯାଇଥିବାରୁ ଚାଉଳ ଓ ଭତ୍ତା ପାଇଁ ସେମାନେ ଅନୁଗୋଳ ଦେଇ ୧୧୦ କିମି ଯାତ୍ରା କରୁଛନ୍ତି। ଏହାକୁ ନେଇ ବିସ୍ଥାପିତ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି, ବିସ୍ଥାପିତ ପରିବାରଗୁଡ଼ିକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ। ମୃତ୍ୟୁ ପ୍ରମାଣପତ୍ର ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରମାଣପତ୍ର ପାଇବା ପାଇଁ ମଧ୍ୟ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୫ଦିନ ମଧ୍ୟରେ ଏସବୁ ସମସ୍ୟାର ସମାଧାନ କରାନଗଲେ ସେମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।କେତେବେଳେ ଚାଉଳ ଓ ଭତ୍ତା ଗଣ୍ଡାକ ପାଇଁ ୧୧୦କି.ମି ଦୂରକୁ ଧାଉଁଛନ୍ତି ତ ପୁଣି କେତେବେଳେ, ଅସ୍ତିତ୍ବ ପାଇଁ ବ୍ଲକ୍ ଓ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ୁଛନ୍ତି। କିନ୍ତୁ, କିଛି ଫଳ ମିଳୁନି; ସେମାନଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ। ସରକାରୀ ବିଭାଗ ମଧ୍ୟରେ ସମନ୍ବୟ ଅଭାବର ଖେଳ ସେମାନଙ୍କ ପାଇଁ କାଳ ହୋଇଛି। ଏପରି ସ୍ଥିତିରେ ସେମାନେ କୁଆଡ଼େ ଯିବେ, କାହାକୁ ଗୁହାରି କରିବେ, ସେଇ ଚିନ୍ତାରେ ଅହରହ ଘାରି ହେଉଛନ୍ତି।, ବିସ୍ଥାପିତ ହୋଇଥିବା ୧୨୫ଟି ପରିବାରକୁ ୨୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ବ୍ୟତୀତ ଅନ୍ୟ କୌଣସି ସହାୟତା ଯୋଗାଇ ଦିଆଯାଇନାହିଁ ବୋଲି, ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ବିସ୍ଥାପନ ପ୍ରମାଣପତ୍ର ଦିଆଯାଇଥିଲେ ହେଁ ସରକାରୀ ବିଭାଗ ମଧ୍ୟରେ, ସମନ୍ବୟ ଅଭାବରୁ ସେମାନଙ୍କୁ ଏଯାବତ୍ ସେଠାକାର ବାସିନ୍ଦା ଭାବେ ପରିଚୟ ମିଳି ପାରିନାହିଁ।




