
ଭୁବନେଶ୍ୱର ,ଚଳିତ ବର୍ଷ ନିଟ୍-ୟୁଜି ପରୀକ୍ଷା ଦେବା ନିମନ୍ତେ ,ମୋଟ ୨୨.୭୯ଲକ୍ଷ ବିଦ୍ୟାର୍ଥୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ମେ ୩ରେ ଅନୁଷ୍ଠିତ ପରୀକ୍ଷାରେ, ୨୨.୦୫ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଯାହାକି ୯୬.୭୨% ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କିନ୍ତୁ ନିଟ୍-ୟୁଜି ପ୍ରଶ୍ନପତ୍ର ପ୍ରଘଟ ହେବା ଦ୍ବାରା ଏନଟିଏ ପରୀକ୍ଷାକୁ ରଦ୍ଦ କରି ଜୁନ ୨୧ରେ ନିଟ୍-ୟୁଜି ପୁନଃପରୀକ୍ଷା କରିବାକୁ, ଘୋଷଣା କରାଯାଇଥିଲା। କିନ୍ତୁ ମେ ୩ ନିଟ୍-ୟୁଜି ପରୀକ୍ଷା ଅପେକ୍ଷା ଜୁନ୍ ୨୧ରେ ଅନୁଷ୍ଠିତ ପୁନଃପରୀକ୍ଷାରେ, ପରୀକ୍ଷାର୍ଥୀଙ୍କ ସଂଖ୍ୟା କମି ଯାଇଥିଲା। ଓଡ଼ିଶାରେ ୨୭ଟି ସହରରେ ୧୩୨ଟି କେନ୍ଦ୍ରରେ ୫୬ହଜାର ୯୮୩ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ କେବଳ ଭୁବନେଶ୍ୱରରେ ୧୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ଥିଲେ। ପୁନଃପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ, ସନ୍ଧ୍ୟା ୫ଟା ୧୫ମିନିଟ୍ରେ ଶେଷ ହୋଇଥିଲା। ସୁରକ୍ଷା ପାଇଁ ପ୍ରତ୍ୟେକ ପରୀକ୍ଷା ହଲ୍ରେ ସିସିଟିଭି, ଲଗାଯାଇଥିଲା। ମୋବାଇଲ ନେଟ୍ୱାର୍କ କାମ ନକରିବା ପାଇଁ, ଜାମର ସଂଯୋଗ ଥିଲା। ପଞ୍ଜିକୃତ ୨୨.୭୯ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ଲକ୍ଷ ପରୀକ୍ଷାର୍ଥୀ ନିଟ୍-ୟୁଜି ପୁନଃପରୀକ୍ଷା ଦେଇଥିଲେ, ଯାହାକି ୮୭.୭୫%ଥିଲାନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ବାରା ପରିଚାଳିତ ଜୁନ୍ ୨୧ରେ, ଅନୁଷ୍ଠିତ ନିଟ୍-ୟୁଜି ପୁନଃପରୀକ୍ଷା ଫଳ ଜୁଲାଇ ୧୫ସୁଦ୍ଧା ପ୍ରକାଶ ପାଇବାର ସମ୍ଭାବନା ରହିଛି।




