
ଭୁବନେଶ୍ୱର ,ଫ୍ରାନ୍ସ ଏବଂ ସାଉଦି ଆରବରେ ଦୁଇଟି ,ବଡ଼ ବିମାନ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପ୍ରାୟ ,୨୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ରବିବାର ସାଉଦି ଆରବର ରାସ ତନୁରା ସହରରେ, ଏକ ହେଲିକପ୍ଟର କ୍ରାଶ୍ ହେବା ଯୋଗୁଁ ଅତିକମରେ, ୧୪ ଜଣଙ୍କର ପ୍ରାଣହାନି ହୋଇଛି ।ଫ୍ରାନ୍ସର ଟମ୍ବଲେନ ସହରରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୧ ଜଣଙ୍କ ମଧ୍ୟରେ ପାଇଲଟ୍ ଏବଂ ୧୦ ଜଣ ଯାତ୍ରୀ ସାମିଲ ଥିଲେ । ଏହି ଯାତ୍ରୀମାନଙ୍କ ମଧ୍ୟରୁ ୫ ଜଣ ଛାତ୍ର ସ୍କାଇଡାଇଭର୍ ଏବଂ ୫ ଜଣ ସେମାନଙ୍କର ଇନଷ୍ଟ୍ରକ୍ଟର ଥିଲେ ।ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ,ଆରମ୍ଭ କରାଯାଇଥିଲା ଏବଂ ଜରୁରୀକାଳୀନ ସେବା ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିମାନଟି କ୍ରାଶ୍ ହେବା ସମୟରେ, ସେଥିରେ ସ୍କାଇଡାଇଭର୍ସଙ୍କ ଏକ ଗ୍ରୁପ୍ ଉପସ୍ଥିତ ଥିଲେ ।ଦୁର୍ଘଟଣା ପରେ ବିମାନରେ ଏକ ବଡ଼ ଧରଣର ବିସ୍ଫୋରଣ ହେବାର ବିପଦ ରହିଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ସାଲଭାଡୋର ଆଲେନ୍ଦେ ଷ୍ଟ୍ରିଟ୍ ଆଖପାଖ ଅଞ୍ଚଳକୁ, ସିଲ୍ କରିଦେଇଛି ଏବଂ ଲୋକଙ୍କୁ ଦୂରରେ ରହିବାକୁ ନିବେଦନ କରିଛି, ଯଦ୍ୱାରା ଜରୁରୀକାଳୀନ ଗାଡ଼ି ଏବଂ ତଦନ୍ତକାରୀ ଦଳଙ୍କ ଯାତାୟାତରେ କୌଣସି ବାଧା ସୃଷ୍ଟି ନହୁଏ ।ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ପ୍ରକୃତ କାରଣ, ଜଣାପଡ଼ିନାହିଁ । ଖରାପ ପାଗ କିମ୍ବା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ,ଏହା ଘଟିଛି କି ନାହିଁ, ସେ ନେଇ ତଦନ୍ତ ଚାଲିଛି । ବିଗତ କିଛି ବର୍ଷ ମଧ୍ୟରେ ଫ୍ରାନ୍ସରେ ଘଟିଥିବା ଏହା ଏକ ସବୁଠାରୁ ଭୟଙ୍କର ବେସରକାରୀ ବିମାନ ଦୁର୍ଘଟଣା ବୋଲି, କୁହାଯାଉଛି ।




