Uncategorized
ତାମିଲନାଡୁ ଗ୍ୟାସ ଲିକ୍ ଅଘଟଣ: ଚେନ୍ନାଇରୁ ସୁରକ୍ଷିତ ଫେରିଲେ ୬୨ ଓଡ଼ିଆ ଶ୍ରମିକ


ଭୁବନେଶ୍ୱର: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ପରେ ସେଠାରେ ଭୟ ଓ ଅନିଶ୍ଚିତତା ମଧ୍ୟରେ ଫସି ରହିଥିବା ଓଡ଼ିଆ ପ୍ରବାସୀ ଶ୍ରମିକମାନଙ୍କୁ ଉଦ୍ଧାର କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ଚେନ୍ନାଇରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବାହାରି ଆଜି ୬୨ ଜଣ ଓଡ଼ିଆ ଶ୍ରମିକ ସୁରକ୍ଷିତ ଭାବେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିଛନ୍ତି। ରାଜ୍ୟ ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ଫେରିଥିବା ୬୨ ଜଣ ଶ୍ରମିକଙ୍କ ମଧ୍ୟରେ ୩୫ ଜଣ ମହିଳା ଓ ୨୭ ଜଣ ପୁରୁଷ ରହିଛନ୍ତି। ଏହି ଭୟାବହ ଗ୍ୟାସ ଲିକ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୨ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟି ସାରିଛି। ଏହି ଦୁଃଖଦ ଘଟଣା ପରେ ସେଠାରେ ଥିବା ଅନ୍ୟ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। ଫେରିଥିବା ଶ୍ରମିକମାନଙ୍କୁ ସେମାନଙ୍କ ନିଜ ନିଜ ଜିଲ୍ଲାକୁ ପଠାଇବା ପାଇଁ ଶ୍ରମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।




