ଅନ୍ତର୍ଜାତୀୟଅନ୍ୟାନ୍ୟ
SIT ତଦନ୍ତ ଆଧାରରେ ୮ ଜଣ ଗିରଫ ହୋଇଛନ୍ତି

ଭୁବନେଶ୍ୱର,ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସଂପାଦକ ପଦରୁ, ଚମ୍ପତ ରାୟ ଇସ୍ତଫା ଦେଇଛନ୍ତି।
ଘଟଣାରେ ଟ୍ରଷ୍ଟର ଅନ୍ୟ ଜଣେ ସଦସ୍ୟ ଅନିଲ ମିଶ୍ରା, ମଧ୍ୟ ଇସ୍ତଫା ଦେଇଛନ୍ତି। ଉଭୟ ନୈତିକତା ଦୃଷ୍ଟିରୁ ପଦ ଛାଡିଥିବା କହିଛନ୍ତି।
ବିରୋଧୀ ଦଳ ଏହି ମାମଲାରେ, ଚମ୍ପତ ରାୟଙ୍କ ନାମ ଲଗାତାର ଉଠାଇ ତାଙ୍କ ଇସ୍ତଫା ଦାବି କରିଥିଲେ। ଏପର୍ଯ୍ୟନ୍ତ ଏହି ମାମଲାରେ ଆଠ ଜଣ ଗିରଫ ହୋଇଛନ୍ତି।
ଏଇ ମାମଲାର ତଦନ୍ତ କରିଥିବା SIT ର ପ୍ରାରମ୍ଭିକ ରିପୋର୍ଟ ଆସିବାପରେ ସେମାନେ ଇସ୍ତଫା ଦେଇଛନ୍ତି।
ନୈତିକତା ଦୃଷ୍ଟିରୁ ସେମାନେ ଇସ୍ତଫା ଦେଇଛନ୍ତି।SIT ର ସୁପାରିସ ଆଧାରରେ, ମାମଲାରେ ପ୍ରଥମ FIR ଦାଖଲ ହୋଇସାରିଛି।
ଚମ୍ପତ ରାୟ ଏବଂ ଅନିଲ ମିଶ୍ରଙ୍କ ନାମ FIRରେ ନାହିଁ ।




