ପାସପୋର୍ଟ ଆବେଦନ ଦେୟରେ ବଡ଼ ଧରଣର ବୃଦ୍ଧି

ଭୁବନେଶ୍ୱର ,ଦୀର୍ଘ ୧୪ ବର୍ଷ ପରେ, ପ୍ରଥମ ଥର ପାଇଁ, ପାସପୋର୍ଟ ଫି’ ବଢ଼ାଯାଇଛି। ନୂଆ ଫି’ ତାଲିକା ଅନୁଯାୟୀ ୧୮ ବର୍ଷ ବା ତା’ଠାରୁ ଅଧିକ ବୟସ୍କ ଆବେଦନକାରୀଙ୍କ ପାଇଁ ସାଧାରଣ ପାସପୋର୍ଟ ଦେୟ ୧୫୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଯଦି ପାସପୋର୍ଟ ହଜିଯାଏ ବା ନଷ୍ଟ ହୁଏ ତେବେ ୩୬ ପୃଷ୍ଠାର ନୂଆ ପାସପୋର୍ଟ ପାଇଁ ୫,୦୦୦ ଟଙ୍କା ଏବଂ ୭,୫୦୦ ଟଙ୍କା (ତତ୍କାଳ) ଦେବାକୁ ପଡ଼ିବ। ୬୦ ପୃଷ୍ଠା ବିଶିଷ୍ଟ ବୁକଲେଟ୍ ପାଇଁ ୬,୦୦୦ ଟଙ୍କା (ସାଧାରଣ) ଏବଂ ୮,୫୦୦ ଟଙ୍କା (ତତ୍କାଳ) ଫି’ ରଖାଯାଇଛି। ପୁଲିସ କ୍ଲିୟରାନ୍ସ ସାର୍ଟିଫିକେଟ୍, ସରେଣ୍ଡର ସାର୍ଟିଫିକେଟ୍ ଏବଂ ଗ୍ଲୋବାଲ ଏଣ୍ଟ୍ରି ପ୍ରୋଗ୍ରାମ ଯାଞ୍ଚ ପାଇଁ ଫି’ ୫୦୦ ଟଙ୍କାରୁ ବଢ଼ାଇ ୭୫୦ ଟଙ୍କା କରାଯାଇଛି। ପ୍ରଶାସନ ପକ୍ଷରୁ, ସ୍ପଷ୍ଟ କରାଯାଇଛି ଯେ ବୟସ୍କମାନଙ୍କ ପାଇଁ, ପାସପୋର୍ଟର ବୈଧତା ପୂର୍ବଭଳି ୧୦ ବର୍ଷ ରହିବ। ୮ ବର୍ଷରୁ କମ୍ ପିଲା ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କ ପାଇଁ ମିଳୁଥିବା ୧୦% ରିଆତି ବ୍ୟବସ୍ଥା ଜାରି ରହିବ।ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ ଆବେଦନ ଦେୟରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ଜୁଲାଇ ୧ରୁ ନୂଆ ଦର ଲାଗୁ ହେବ।




