ଜାତୀୟଶିକ୍ଷା

ପାଠ ପୁସ୍ତକରେ ସାମିଲା ହେଲା ଇନ୍ଦିରା ଗାନ୍ଧୀଙ୍କ ‘ଜରୁରୀକାଳୀନ ପରିସ୍ଥିତି’।

ଭୁବନେଶ୍ୱର ,ଏନ୍‌ସିଇଆର୍‌ଟି ନବମ ଶ୍ରେଣୀର ପାଠ୍ୟକ୍ରମରେ, ସାମିଲା ହେଲା ଇନ୍ଦିରା ଗାନ୍ଧୀଙ୍କ ‘ଜରୁରୀକାଳୀନ ପରିସ୍ଥିତି’।ନବମ ଶ୍ରେଣୀ ପିଲାମାନେ ଏ ବିଷୟରେ ପଢ଼ିବେ। ଏନ୍‌ସିଇଆର୍‌ଟି ଆଜି ଏନେଇ, ଘୋଷଣା କରିଛି। ଯେଉଁଥିରେ ଜୟ ପ୍ରକାଶ ନାରାୟଣଙ୍କୁ ହିରୋ ଭାବେ ବର୍ଣ୍ଣନା କରାଯାଇଥିବା ଜଣାପଡ଼ିଛି।ସାମାଜିକ ବିଜ୍ଞାନ ବହିରେ ‘ଅଣ୍ଡରଷ୍ଟାଣ୍ଡିଂ ସୋସାଇଟି ଇଣ୍ଡିଆ ଆଣ୍ଡ ବିୟୋଣ୍ଡ’ର ଏକ ପିଷୟ ରହିଛି। ଯେଉଁଥିରେ ଜରୁରୀକାଳୀନ ପରିସ୍ଥିତିକୁ, ଗଣତନ୍ତ୍ର ପାଇଁ ଏକ ବଡ଼ ଆହ୍ୱାନ ବୋଲି, ଦର୍ଶା ଯାଇଛି। ଜରୁରୀକାଳୀନ ପରିସ୍ଥିତି ସମୟରେ, ଅଧିକାଂଶ ମୌଳିକ ଅଧିକାର ରଦ୍ଦ କରି ଦିଆଯାଇଥିଲା ବୋଲି ବହିରେ ଲେଖା ରହିଛି।୧୯୭୦ ଦଶକ ଆରମ୍ଭରେ, ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ ସରକାର, ପ୍ରତି ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା। ଇନ୍ଦିରା ଗାନ୍ଧୀଙ୍କ ସରକାର ଦରଦାମ ବୃଦ୍ଧି, ଦୁର୍ନୀତି ଓ କୁଶାସନର, ଅଭିଯୋଗର ସାମ୍ନା କରୁଥିଲା। ଏହା ଯୋଗୁଁ ବଡ଼ ଧରଣର ବିରୋଧ ପ୍ରଦର୍ଶନ ହୋଇଥିଲା।୧୯୭୫ ମସିହା ଜୁନ୍ ୨୫ ତାରିଖରେ, ଇନ୍ଦିରା ସରକାର ଆଭ୍ୟନ୍ତରୀଣ ଅଶାନ୍ତି ଆଧାରରେ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଦେଲେ। ସେହି ସମୟରେ ଅଧିକାଂଶ ମୌଳିକ ଅଧିକାର ନିଲମ୍ବିତ କରିଦିଆଗଲା।

Related Articles

Back to top button