
ଭୁବନେଶ୍ୱର ,ଆସନ୍ତା ଜୁନ୍ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ, ଆୟୋଜିତ ହେବ ‘ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍-୨୦୨୬’।
ଜୟଦେବ ଭବନରେ ଆୟୋଜିତ ହେବାକୁ ଥିବା ଏହି ଚାରିଦିନିଆ ଚଳଚ୍ଚିତ୍ର ଉତ୍ସବରେ ଦର୍ଶକମାନେ, ବିଭିନ୍ନ ଭାଷାର ଚର୍ଚ୍ଚିତ ଓ କ୍ଲାସିକ୍ ଫିଲ୍ମ ଦେଖିବାର, ସୁଯୋଗ ପାଇବେ।
ବଙ୍ଗଳା, ମଲୟାଲମ, ଆସାମୀ ଓ ମରାଠୀ ଭାଷାର ବହୁ ପ୍ରଶଂସିତ ଚଳଚ୍ଚିତ୍ର ମଧ୍ୟ ଏହି ଉତ୍ସବର ଆକର୍ଷଣ ସାଜିବ।
ଫଳରେ ଦର୍ଶକମାନେ, ଭାରତୀୟ ସିନେମାର, ବିଭିନ୍ନ ଧାରା ଓ ସଂସ୍କୃତିର ଏକ ଅନନ୍ୟ ସମନ୍ୱୟ ଦେଖିବାକୁ ପାଇବେ।
ଏହି ଫିଲ୍ମ ଫେଷ୍ଟିଭାଲ୍ରେ ଓଡ଼ିଆ ସିନେମାର ଗୌରବମୟ ସୃଷ୍ଟି ‘ଲକ୍ଷ୍ମୀ’, ‘ମାଗୁଣିର ଶଗଡ଼’ ଓ ‘ଅମଡା ବାଟ’ ପରି ଚଳଚ୍ଚିତ୍ର, ପ୍ରଦର୍ଶିତ ହେବ।
ସଂସ୍କୃତିର ପେଣ୍ଠସ୍ଥଳ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ, ଜମିବ ସିନେମାର ମହାକୁମ୍ଭ।




