ଅନ୍ତର୍ଜାତୀୟକ୍ରୀଡ଼ା

ନିଜ ନାଁକୁ ସ୍ବର୍ଣ୍ଣିମ ଅକ୍ଷରରେ ଲେଖିଛନ୍ତି ଲିଓନେଲ ମେସି।

ଭୁବନେଶ୍ୱର ,ଫୁଟବଲ ବିଶ୍ୱକପ୍ ଇତିହାସରେ ସର୍ବାଧିକ ଗୋଲ୍ ସ୍କୋରରେ, ଭାବେ ନିଜ ନାଁକୁ ସ୍ବର୍ଣ୍ଣିମ ଅକ୍ଷରରେ ଲେଖିଛନ୍ତି ଲିଓନେଲ ମେସି। ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସି ଫିଫା ବିଶ୍ୱକପ୍  ଇତିହାସରେ ସର୍ବାଧିକ ଗୋଲ୍ କରିବାର ନୂତନ କୀର୍ତ୍ତିମାନ, ସ୍ଥାପନ କରିଛନ୍ତି।ଗତକାଲି ଡାଲାସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ର ୩୮ତମ ମିନିଟ୍ ରେ ମେସି ଗୋଲ୍ କରିବା ପରେ ଷ୍ଟାଡିୟମ୍ ରେ ଉପସ୍ଥିତ ଦର୍ଶକମାନେ, ଉତ୍ସାହରେ ଫାଟିପଡ଼ିଥିଲେ। ପରେ ଷ୍ଟପେଜ୍ ଟାଇମ୍ ରେ ଆଉ ଏକ ଗୋଲ୍ କରି ସେ ପୁରୁଷ ଓ ମହିଳା ଉଭୟ ଫିଫା ବିଶ୍ୱକପ୍ ର ସର୍ବାଧିକ ଗୋଲ୍ ସ୍କୋରର ପାଲଟିଛନ୍ତି। ଏହାସହ ସେ ବ୍ରାଜିଲର ମହାନ ଫୁଟବଲର୍, ମାର୍ଟାଙ୍କ ୧୭ ଗୋଲ୍ ର ରେକର୍ଡକୁ ପଛରେ ପକାଇଛନ୍ତି।ଅଷ୍ଟ୍ରିଆ ବିପକ୍ଷ ଗ୍ରୁପ୍-ଜେ ମ୍ୟାଚ୍ ରେ ଦଳ ପାଇଁ ଗତକାଲି ପ୍ରଥମ ଗୋଲ୍ ସ୍କୋର କରି ସେ ବିଶ୍ୱକପ୍ ରେ, ନିଜ ମୋଟ ଗୋଲ୍ ସଂଖ୍ୟାକୁ, ୧୮ରେ ପହଞ୍ଚାଇଛନ୍ତି। ଖାଲି ଏଇ ଗୋଟିଏ ରେକର୍ଡ ନୁହେଁ ଫୁଟବଲ୍ ବିଶ୍ବକପ୍ ର ଏକାଧିକ ବିଶ୍ବ ରେକର୍ଡକୁ ଅକ୍ତିଆର କରିଛନ୍ତି ସେ। ସବୁଠୁ ଅଧିକ ଗୋଲ୍, ସବୁଠୁ ଅଧିକ ବ୍ୟକ୍ତିଗତ ଭାବେ ବିଶ୍ବ କପର ୨୮ଟି ମ୍ୟାଚ୍ ଖେଳିବା, ୧୮ଟି ବିଶ୍ବକପ୍ ମ୍ୟାଚ୍ ରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଏବଂ ବିଶ୍ବକପ୍ ରେ, ସବୁଠୁ ଅଧିକ ୨ ହଜାର ୪୮୯ ମିନିଟ୍ ଖେଳିବା ଭଳି ରେକର୍ଡ ମେସିଙ୍କ ନାଁରେ ଯୋଡ଼ି ହୋଇଛି।

Related Articles

Back to top button