
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଭାରତୀୟ ଜନତା ପାର୍ଟିର ମାଲିକ ହେଉଛନ୍ତି ଜନତା । ଏହା କୌଣସି ବ୍ୟକ୍ତିକୈନ୍ଦ୍ରିକ ଦଳ ନୁହେଁ କିମ୍ବା, ଉତ୍ତରାଧିକାରୀ ସୂତ୍ରରେ ପୁଅ, ନାତି ଦଳର ମାଲିକ ହୁଅନ୍ତି ନାହିଁ । ଆମ ଦଳରେ ସାଧାରଣ କର୍ମୀ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତେଣୁ ଯେଉଁମାନେ ଆମ ଦଳକୁ ଆସିବାକୁ ଚାହୁଁଛନ୍ତି ଆସନ୍ତୁ । କିନ୍ତୁ, ଆମ ଦଳ କୌଣସି ଧର୍ମଶାଳା ନୁହେଁ । ବିନା କିଛି ପାଇବା ଆଶାରେ ଆସନ୍ତୁ ସମାଜର କଥା ଚିନ୍ତା କରନ୍ତୁ । ନଚେତ୍ ପଶ୍ଚାତାପ କରିବାକୁ ପଡ଼ିବ । ବିଜେଡି ଓ କଂଗ୍ରେସରୁ ନିଲମ୍ବିତ ୧୧ ବିଧାୟକ ବିଜେପିରେ ଯୋଗଦେବା ନେଇ ହେଉଥିବା ଚର୍ଚ୍ଚା ଭିତରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ନିଲମ୍ବିତ ବିଧାୟକମାନେ ବିଜେପିରେ ମିଶିବା ଚର୍ଚ୍ଚାକୁ ନେଇ ମନ୍ତ୍ରୀ ଆଉ କ’ଣ କହୁଛନ୍ତି ଲିଙ୍କରେ କ୍ଲିକ୍ କରି ଦେଖନ୍ତୁ –




