
ଭୁବନେଶ୍ୱର ,ଅର୍ଥମନ୍ତ୍ରୀ ସ୍ୱପନ ଦାସଗୁପ୍ତା ଆଜି ବିଧାନସଭକାରେ, ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା, ଭିତ୍ତିଭୂମି ପ୍ରକଳ୍ପ ଏବଂ ନିଯୁକ୍ତି ସମ୍ବନ୍ଧୀୟ ପ୍ରତିଶ୍ରୁତି ଘୋଷଣା, କରାଯାଇଛି। ପଶ୍ଚିମବଙ୍ଗର ପ୍ରଥମ ବିଜେପି ସରକାରର, ବଜେଟ ଉପସ୍ଥାପନ। ୨୦୨୬-୨୭ ବର୍ଷ ପାଇଁ ଶୁଭେନ୍ଦୁଙ୍କ ସରକାର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ୨୧ ରୁ ୪୫ ବର୍ଷ ବୟସର ବେକାରୀଙ୍କ ପାଇଁ ‘ଭରୋସା ଯୋଜନା’ ଘୋଷଣା କରିଛନ୍ତି। ଏହି ଯୋଜନା, ଅଧୀନରେ, ବେକାର ସ୍ନାତକମାନଙ୍କୁ ପ୍ରତି ମାସରେ, ୩ହଜାର ଆର୍ଥିକ ସହାୟତା ମିଳିବ। ବଜେଟରେ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା, ଭିତ୍ତିଭୂମି ପ୍ରକଳ୍ପ ଏବଂ ନିଯୁକ୍ତି ସମ୍ବନ୍ଧୀୟ ପ୍ରତିଶ୍ରୁତି ଘୋଷଣା କରାଯାଇଛି। ରାଜ୍ୟ ସରକାରୀ ବସ୍ ରେ ମହିଳାମାନଙ୍କ ,ପାଇଁ ମାଗଣା ଯାତ୍ରା ସୁବିଧା ଲାଗି, ଅର୍ଥମନ୍ତ୍ରୀ ୫୫୦ କୋଟି ଆବଣ୍ଟନ ଘୋଷଣା କରିଛନ୍ତି। ଏହା ସହିତ, ସେ ମହିଳାମାନଙ୍କ ପାଇଁ ଏକ ଆର୍ଥିକ ସହାୟତା ଯୋଜନା ‘ଅନ୍ନପୂର୍ଣ୍ଣା ଯୋଜନା’ ପାଇଁ ୩୬ ହଜାର କୋଟି ଘୋଷଣା କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ବିଭାଗରେ, ଖାଲି ପଡ଼ିଥିବା ପ୍ରାୟ ୧ ଲକ୍ଷ ସରକାରୀ ପଦବୀ ପୂରଣ କରିବାକୁ ଘୋଷଣା କରିଛନ୍ତି। ଏହାସହିତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ, ୨୦ ପ୍ରତିଶତ ବୃଦ୍ଧି କରାଯାଇଛି।




