ଅନ୍ତର୍ଜାତୀୟକ୍ରୀଡ଼ା

ଜୋ ରୁଟ୍ କ୍ରିକେଟ୍ ଇତିହାସରେ ମାଇଲଖୁଣ୍ଟ ହାସଲ କରିଛନ୍ତି।

ଭୁବନେଶ୍ୱର ,ଭାରତର ମହାନ କ୍ରିକେଟର ଇଂଲଣ୍ଡର ଷ୍ଟାର୍ ବ୍ୟାଟର ଜୋ ରୁଟ୍, ସଚିନ ତେନ୍ଦୁଲକରଙ୍କ ପରେ, ସେ ଦୁନିଆର ଦ୍ଵିତୀୟ ବ୍ୟାଟର ଭାବେ, ଏହି ଗୌରବ ଅର୍ଜନ କରିଛନ୍ତି।

ସଚିନଙ୍କ ୧୫,୯୨୧ ରନ୍‌ର ବିଶ୍ଵ ରେକର୍ଡ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ସାଜିଛି।ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ରୁଟ୍ ଏହି ସଫଳତା ପାଇଛନ୍ତି।

ଓଭାଲ୍ ମୈଦାନରେ ମ୍ୟାଟ୍ ହେନ୍ରୀଙ୍କ ବଲ୍‌ରେ ଏକ ରନ୍ ନେଇ ସେ ୧୪,୦୦୦ କ୍ଲବ୍‌ରେ ସାମିଲ ହୋଇଛନ୍ତି।

ମ୍ୟାଚ୍‌ର ପଞ୍ଚମ ଦିନ ସକାଳେ ନ୍ୟୁଜିଲ୍ୟାଣ୍ଡ ବୋଲର ମ୍ୟାଟ୍ ହେନ୍ରୀ ମାତ୍ର ୩୧ଟି ବଲ୍‌ରେ, ଇଂଲଣ୍ଡର ଶେଷ ୫ଟି ୱିକେଟ୍ ନେଇଛନ୍ତି।

ରୁଟ୍ ଐତିହାସିକ ରେକର୍ଡ କରିଥିଲେ ମଧ୍ୟ ଇଂଲଣ୍ଡ ପରାଜୟର ସାମ୍ନା କରିଛି। ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌କୁ ନ୍ୟୁଜିଲ୍ୟାଣ୍ଡ ୨୫୩ ରନ୍‌ର, ଏକ ବିଶାଳ ବ୍ୟବଧାନରେ ଜିତି ନେଇଛି।

ଏହି ବିଜୟ ସହ କିୱି ଦଳ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୧-୧ରେ ସମାନ ସ୍ଥିତିକୁ ଆଣିଛି।

Related Articles

Back to top button