କ୍ରୀଡ଼ାଜାତୀୟ

ହକି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି।

ଭୁବନେଶ୍ୱର , ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ଖେଳାଯିବ।ଏଫ୍‌ଆଇଏଚ୍‌ ନେସନ୍‌ସ କପ୍‌ ମହିଳା ହକି ଟୁର୍ଣ୍ଣାମେଣ୍ଟର ଫାଇନାଲରେ, ଭାରତ ପ୍ରବେଶ କରିଛି। ଶନିବାର ଭାରତ ପ୍ରଥମ ସେମିଫାଇନାଲରେ ୬-୦ ଗୋଲ୍‌ରେ ଚିଲିକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ, ଫାଇନାଲ ଖେଳାଯିବ।ଲିଗ୍‌ ପର୍ଯ୍ୟାୟରେ ଅପରାଜୟ ରହିଥିବା ଭାରତ ସେମିଫାଇନାଲରେ, ଉକ୍ତ ପ୍ରଦର୍ଶନକୁ ବଜାୟ ରଖିଥିଲା। ୬ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ନବନୀତ କୌର ଗୋଲ୍‌ରେ ପରିଣତ କରି, ଦଳକୁ ୧-୦ରେ ଆଗୁଆ କରିଥିଲେ। ୧୩ ମିନିଟ୍‌ରେ ନବନୀତ କୌର ଦ୍ବିତୀୟ ଗୋଲ୍‌ ଦେଇଥିଲେ। ୧୪ ମିନିଟ୍‌ରେ, ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଦୀପିକା ଗୋଲ୍‌ରେ, ପରିଣତ କରି ଦଳକୁ, ୩-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୪-୦ ଗୋଲ୍‌ରେ ଆଗୁଆ ରହିଥିଲା। ୩୨ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ସଟ୍‌କୁ ନେହା ଗୋଲ୍‌ରେ ପରିଣତ କରି ଭାରତକୁ ୫-୦ରେ ଆଗୁଆ କରିଥିଲେ। ୩୫ ମିନିଟରେ ଭାରତ ପକ୍ଷରୁ ଋତୁଜା ଦାଦାସୋ ପିସାଲ ଷଷ୍ଠ ଗୋଲ୍‌ ,ଦେଇଥିଲେ। ତୃତୀୟ କ୍ବାର୍ଟର ସୁଦ୍ଧା ଭାରତ, ୬-୦ ଗୋଲ୍‌ରେ ଆଗୁଆ ରହିଥିଲା।

Related Articles

Back to top button